ଆଉ ମାତ୍ର ୫ ଦିନ ପରେ ବାହାଘର: ପ୍ରସ୍ତୁତ ହେଲେଣି ରାଘବ-ପରୀ

Advertisment
ଆଉ ମାତ୍ର ୫ ଦିନ ପରେ ବାହାଘର: ପ୍ରସ୍ତୁତ ହେଲେଣି ରାଘବ-ପରୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆମ୍ ଆଦମୀ ପାର୍ଟି ନେତା ରାଘବ ଚଢ଼ା ଚଳିତ ବର୍ଷ ମେ’ ମାସରେ ନିର୍ବନ୍ଧ କରିଥିଲେ। ନିର୍ବନ୍ଧ ପରଠାରୁ ଦୁହେଁ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଏହି ପ୍ରେମପକ୍ଷୀ ଖୁବ୍ ଶୀଘ୍ର ବର-କନ୍ୟା ବନିବାକୁ ଯାଉଛନ୍ତି। ଖବର ମୁତାବକ ଚଳିତମାସ ୨୪ ତାରିଖରେ ବିବାହ ବନ୍ଧନରେ ବାନ୍ଧିହେବେ ରାଘବ ଓ ପରୀ।

ଉଦୟପୁରରେ ଦୁହେଁ ରାଜକୀୟ ଶୈଳୀରେ ବିବାହ କରିବେ। ପରୀଣିତି ଓ ରାଘବ ଦୁହିଁଙ୍କ ପରିବାର ଲୋକ ଏବେ ଦିଲ୍ଲୀରେ ଅଛନ୍ତି। ସେମାନଙ୍କର ପ୍ରି-ୱେଡିଂ ସେରିମନି ଏବେ ଆରମ୍ଭ ହେବାକୁ ଯାଉଛି। ଜାଣିବାକୁ ମିଳିଛି ଯେ କିର୍ତ୍ତନରୁ ହିଁ ଦୁହିଁଙ୍କ ବିବାହ ଉତ୍ସବ ଅ‌ାରମ୍ଭ ହେବାକୁ ଯାଉଛି।

ନିକଟରେ ଗଣମାଧ୍ୟମରେ ଏକ ଭିିଡିଓ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଭିଡିଓରେ ପରୀଣିତିଙ୍କ ଦିଲ୍ଳୀସ୍ଥିତ ଘର ଆଲୋକରେ ସଜେଇ ‌ହୋଇଥିବା ଦେଖିବାକୁ ମିଳିଛି। ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ଉଭୟ ରାଘବ ଓ ପରୀଙ୍କୁ ଶୁଭେଚ୍ଛା ଦେଇ ଚାଲିଛନ୍ତି। ସେମାନଙ୍କ ବିବାହର ନିମନ୍ତ୍ରଣ ପତ୍ର ବି ଭାଇରାଲ୍‌ ହୋଇଛି। ସେଥିରେ ଉଲ୍ଲେଖ କରାଯାଇଛି ଯେ ବାହାଘର ‘ଦ ଲୀଲା ପ୍ୟାଲେସ୍‌’ରେ ‌ହେବ। ଏହାପରେ ବଲିଉଡ୍‌ ଥିମ୍‌ ପାର୍ଟିର ଆୟୋଜନ କରାଯିବ। ଗୋଟାଏ ଦିନ ପୂର୍ବରୁ ଅତିଥିମାନଙ୍କୁ ଏ ଲଞ୍ଚ୍‌-ପାର୍ଟି ସହ ସ୍ବାଗତ କରାଯିବ।

ନିର୍ବନ୍ଧ ପରଠାରୁ ଦୁହିଁଙ୍କ ବିବାହ କେବେ ହେବ ସେନେଇ ଚର୍ଚ୍ଚା ଚାଲିଥିଲା। ହେଲେ ‌ଏବେ ଦୁହିଁଙ୍କ ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ ଘଟିଛି। କୁହାଯାଉଛି ଯେ, ପରିଣୀତି ଓ ରାଘବ ଚଳିତ ବର୍ଷ ସେପ୍ଟେମ୍ବରରେ ବିବାହ କରିବେ। ସେପ୍ଟେମ୍ବରରେ ୨୩ରେ ମଙ୍ଗନ ଓ ୨୪ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଧାର୍ଯ୍ୟ କରିଥିବା ଜଣାପଡ଼ିଛି। ଭଉଣୀ ତଥା ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ‌ଚୋପ୍ରା ଜୋନସଙ୍କ ଭଳି ପରିଣୀତି ମଧ୍ୟ ରାଜସ୍ଥାନ ଉଦୟପୁରରେ ବିବାହ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe