ସିନେମା ଜଗତରେ କାମ କରିବାର ଶୈଳୀକୁ ଆଜି ପର୍ଯ୍ୟନ୍ତ ବୁଝି ପାରିଲି ନାହିଁ

ପରିଣୀତି ଏକ ସାକ୍ଷାତକାରରେ ଯୋଗ ଦେଇ ସିନେମା କ୍ୟାରିୟରକୁ ନେଇ ଖୋଲାଖୋଲି ଆଲୋଚନା କରି କହିଛନ୍ତି, ‘ମୁଁ ସିନେମା ଜଗତରେ କାମ କରିବାର ଶୈଳୀ କଦାପି ଜାଣି ପାରିଲି ନାହିଁ`

;';'\

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ସିନେମା ଇଣ୍ଡଷ୍ଟ୍ରିରେ ଖୁବ ପରିଶ୍ରମୀ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ । ପରିଣୀତି ନିଜର ୧୪ବର୍ଷର କ୍ୟାରିୟର ମଧ୍ୟରେ ଅନେକ ସିନେମାରେ କାମ କରି ସାରିଛନ୍ତି। କିନ୍ତୁ ଦୁଃଖର ବିଷୟ ସିନେମା ଜୀବନକୁ ନେଇ ସେ ଯେଭଳି ସଫଳତା ଆଶା କରିଥିଲେ ସେମତି ସଫଳତା ପାଇ ପାରିଲେ ନାହିଁ ବୋଲି ନିକଟରେ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି।

ନିକଟରେ ପରିଣୀତି ଏକ ସାକ୍ଷାତକାରରେ ଯୋଗ ଦେଇ ସିନେମା କ୍ୟାରିୟରକୁ ନେଇ ଖୋଲାଖୋଲି ଆଲୋଚନା କରି କହିଛନ୍ତି, ‘ମୁଁ ସିନେମା ଜଗତରେ କାମ କରିବାର ଶୈଳୀ କଦାପି ଜାଣି ପାରିଲି ନାହିଁ। କାରଣ ମୁଁ ସର୍ବଦା ନିଜର ଅଭିନୟ ଉପରେ ଧ୍ୟାନ ଦେଇଥିଲି।

ମୋର ଠାରୁ ଅଧିକ ଆଜିକାଲିର ନୂଆ କଳାକାରମାନେ ଜାଣିଛନ୍ତି। ସେମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତିର ସହ ସିନେମା ଜଗତରେ ପ୍ରବେଶ କରୁଛନ୍ତି। ଯେଉଁ କାରଣରୁ ତାଙ୍କୁ ସଫଳତା ମିଳି ପାରୁଛି। ସେମାନଙ୍କୁ ସ୍ପଷ୍ଟ ଭାବେ ଜଣା କି କାହାକୁ କେଉଁ ସମୟରେ ଫୋନ କରିବାର ଅଛି। କାହାକୁ ମେସେଜ କରିବାର ଅଛି। କେଉଁ ସମୟରେ କେଉଁ ଦଳ ସହ ମିଶିବାର ଅଛି ଇତ୍ୟାଦି ଇତ୍ୟାଦି।
ମୁଁ ଏସବୁ କିଛି କରି ପାରିଲି ନାହିଁ। କେବଳ ଅଭିନୟ ଉପରେ ଧ୍ୟାନ ଦେଲି ତେଣୁ ସିନେମା ଜଗତରେ ଆଗକୁ ବଢ଼ି ପାରିଲି ନାହିଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe