ଏହି ସିନେମା ପାଇଁ ଖୁବ ପରିଶ୍ରମ କରୁଛନ୍ତି ପରିଣୀତି

Advertisment
ଏହି ସିନେମା ପାଇଁ ଖୁବ ପରିଶ୍ରମ କରୁଛନ୍ତି ପରିଣୀତି

image source-news 18

ମୁମ୍ବାଇ:ଆଜି ହେଉଛି  ବଲିଉଡ ନାୟିକା ପରିଣୀତି ଚୋପ୍ରାଙ୍କ ଜନ୍ମଦିନ। ସାଇନା ନେହଓ୍ଵାଲଙ୍କ ବାୟୋପିକରେ ନିର୍ଦ୍ଦେଶକ ଅମୋଲ ଗୁପ୍ତେ ଶ୍ରଦ୍ଧା କପୁରଙ୍କ ସ୍ଥାନରେ ପରିଣୀତି ଚୋପ୍ରାଙ୍କୁ ନେବେ ବୋଲି ବହୁ ଆଗରୁ ଜଣାଯାଇଛି। ହେଲେ ଏବେ ପରିଣୀତ ଏହି ସିନେମାପାଇଁ ଖୁବ ପରିଶ୍ରମ କରୁଛନ୍ତି ବୋଲି ପ୍ରଯୋଜକ ଭୂଷଣ କୁମାର କହିଛନ୍ତି।

ସୂଚନାଯୋଗ୍ୟ ଫିଲ୍ମ‘ସ୍ତ୍ରୀ’ର ଜବରଦସ୍ତ ସଫଳତା ପରେ ଶ୍ରଦ୍ଧା କପୁର ଟେନିସ ଷ୍ଟାର୍‌ ସାଇନା ନେହଓ୍ଵାଲଙ୍କ ବାୟୋପିକ୍‌ର ସୁଟିଂରେ ଯୋଗ ଦେଇଥିଲେ।ଭୂଷଣ କୁମାରଙ୍କ ପ୍ରଯୋଜିତ ତଥା ଅମୋଲ ଗୁପ୍ତେଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ପାଇଁ ଶ୍ରଦ୍ଧା କପୁର ଖୁବ୍‌ ପରିଶ୍ରମ କରୁଥିଲେ। ଏହି ଫିଲ୍ମର ଫାର୍ଷ୍ଟଲୁକ୍‌ ମଧ୍ୟ କିଛି ଦିନ ତଳେ ଆଉଟ୍‌ ହୋଇଥିଲା। କିନ୍ତୁ ପରେ ଏକ ସପ୍ତାହ ପାଇଁ ଫିଲ୍ମର ସୁଟିଂ ବନ୍ଦ ରଖାଯାଇଥିଲା।ପ୍ରକୃତରେ ଶ୍ରଦ୍ଧା କପୁରଙ୍କ ଦେହ ଖରାପ ଥିଲା ବୋଲି ଶୁଣିବାକୁ ମିଳିଥିଲା। ସେ ନିଜର ଚେକ୍‌ଅପ୍‌ କରାଇବା ବେଳେ ଜଣାପଡ଼ିଥିଲା ଯେ ଶ୍ରଦ୍ଧା ଡେଙ୍ଗୁରେ ପୀଡ଼ିତା।

publive-image image source--india today

ଏହାପରେ ଆଉ ଶ୍ରଦ୍ଧା କପୁର ଟେନିସ ଷ୍ଟାର୍‌ ସାଇନା ନେହଓ୍ଵାଲଙ୍କ ବାୟୋପିକ୍‌ରେ କାମ କରୁ ନ ଥିବା ଜଣାଯାଇଥିଲା।ନିର୍ଦ୍ଦେଶକ ଅମୋଲ ଗୁପ୍ତେ ଶ୍ରଦ୍ଧା କପୁରଙ୍କ ସ୍ଥାନରେ ପରିଣୀତି ଚୋପ୍ରାଙ୍କୁ ନେବେ ବୋଲି ଠିକ୍ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe