‘ପଠାନ’ର ସଫଳତା ଜନଙ୍କ ପାଇଁ ସଞ୍ଜିବନୀ ସାବ୍ୟସ୍ତ ହେବ

Advertisment
‘ପଠାନ’ର ସଫଳତା ଜନଙ୍କ ପାଇଁ ସଞ୍ଜିବନୀ ସାବ୍ୟସ୍ତ ହେବ

ନୂଆଦିଲ୍ଲୀ: ଶାହରୁଖ ଖାନ, ଦୀପିକା ପାଦୁକୋନ ଏବଂ ଜନ୍ ଅବ୍ରାହମଙ୍କ ଅଭିନୀତ ଚଳଚ୍ଚିତ୍ର ଏପର୍ଯ୍ୟନ୍ତ ଅନେକ ରେକର୍ଡ ଭାଙ୍ଗି ସାରିଥିବା ବେ‌ଳେ ଆଗକୁ ବି ବଡ଼ ବଡ଼ ରେକର୍ଡ ସୃଷ୍ଟି କରିବ ବୋଲି ଅନୁମାନ କରାଯାଉଛି।

ଏହି କ୍ରମରେ ଶୁଣିବାକୁ ମିଳୁଛି କି ‘ପଠାନ’ର ସଫଳତା ଅଭିନେତା ଜନ ଅବ୍ରାହମଙ୍କ ପାଇଁ ସଞ୍ଜିବନୀ ସାବ୍ୟସ୍ତ ‌ହେବ। କାରଣ ମାତ୍ର ୬ଦିନରେ ସିନେମା ପାଖାପାଖି ୩୦୦କୋଟି ଟଙ୍କାର ବ୍ୟବସାୟ କରି ସାରିଲାଣି।

ସିନେମା ଦେଖି ଫେରୁଥିବା ଦର୍ଶକ ଶାହରୁଖଙ୍କ ଆକସନ ସହିତ ଦୀପିକାଙ୍କ ସହିତ ତାଙ୍କ ‌ଯୋଡ଼ିକୁ ଖୁବ ପସନ୍ଦ କରୁଥିବା ବଳେ ଜନ ଅବ୍ରାହମଙ୍କୁ ନେଇ ବି ଖୁବ ଚର୍ଚ୍ଚା କରୁଛନ୍ତି। କାରଣ ‘ପଠାନ’ ସଫଳତା ଜନଙ୍କ କ୍ୟାରିୟର ପାଇଁ ଜରୁରୀ ଥିଲା।  ୬ଦିନରେ ଜନଙ୍କ ପାଇଁ ଏହି ସିନେମା ତାଙ୍କ କ୍ୟାରିୟରରେ ସବୁଠାରୁ ବଡ଼ ସିନେମା ହୋଇଯାଇଛି। କାରଣ ଏପୂର୍ବରୁ ଜନଙ୍କ ବିଶେଷ କିଛି ଦମଦାର ସିନେମା ବକ୍ସ ଅଫିସକୁ ଆସିନାହିଁ। ତେଣୁ ‘ପଠାନ’ ସିନେମା ପରେ ଜନଙ୍କ କ୍ୟାରିୟର ଏକ ନୂଆ ଦୌଡ଼ରେ ସାମିଲ ହୋଇପାରେ ବୋଲି କୁହାଯାଉଛି।

କାରଣ ଜନଙ୍କ କ୍ରମାଗତ ଚାରିଟି ସିନେମା ପ୍ରେକ୍ଷାଳୟରେ ଚିତପଟାଙ୍ଗ ମାରିଥିଲା। ସେଗୁଡ଼ିକ ମଧ୍ୟ‌ରେ ‘ପାଗଲପନ୍ଥୀ’,‘ମୁମ୍ବାଇ ସାଗା’ ‘ସତ୍ୟମେବ ଜୟତେ’ ଓ ‘ଆର୍ଟାକ ପାର୍ଟ ୧’ ରହିଛି। ୨୦୧୯ରେ  ରିଲିଜ ହୋଇଥିବା ‘ବାଟଲା ହାଉସ’ ଜନଙ୍କ ଶେଷ ହିଟ ସିନେମା ଥିଲା।

ଫିଲ୍ମ ‘ପଠାନ’ ଜାନୁଆରି ୨୫ରେ ୧୦୦ଟି ଦେଶର ୮୦୦୦ରୁ ଅଧିକ ପରଦାରେ ମୁକ୍ତିଲାଭ କରିଥିଲା। ରିଲିଜ ପରେ ଏହାର ସ୍କ୍ରିନ ସଂଖ୍ୟା ଆହୁରି ୩୦୦କୁ ବଢ଼ାଇ ଦିଆଯାଇଥିଲା। ଦର୍ଶକଙ୍କ ଭଲପାଇବାକୁ ଦେଖି ସିଦ୍ଧାର୍ଥ ଆନନ୍ଦ ‘ପଠାନ-୨’ ଆଣିବା ନେଇ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe