୧୨ ଦିନରେ ୮୫୦ କୋଟି ଟଙ୍କା ରୋଜଗାର ପାର୍‌ କଲା କିଙ୍ଗ୍‌ ଖାନ୍‌ଙ୍କ ‘ପଠାନ୍‌’

Advertisment
୧୨ ଦିନରେ ୮୫୦ କୋଟି ଟଙ୍କା ରୋଜଗାର ପାର୍‌ କଲା କିଙ୍ଗ୍‌ ଖାନ୍‌ଙ୍କ ‘ପଠାନ୍‌’

www.aajtak.in

ମୁମ୍ବାଇ: ‘ପଠାନ’ର ଚାହିଦା କମିବାର ନାଁ ଧରୁନି। ସୁପର୍‌ଷ୍ଟାର୍‌ ଶାହାରୁଖ୍‌ ଖାନ୍‌ଙ୍କ ଏହି ଫିଲ୍ମ ରେକର୍ଡ ପରେ ରେକର୍ଡ ସୃଷ୍ଟି କରି ଚାଲିଛି। ସିନେମାଟି ୧୨ ଦିନ ପାର୍‌ କରି ସାରିଥିବା ବେଳେ ଦ୍ବାଦଶ ଦିନର ରୋଜଗାର ରିପୋର୍ଟ ବି ହସ୍ତଗତ ହୋଇଛି। ସପ୍ତାହାନ୍ତରେ ଫିଲ୍ମଟି ପୂରା ଧମାକା କରିଛି।

ଫିଲ୍ମଟି ରିଲିଜ୍‌ ହେବା ପରେ ଦ୍ବିତୀୟ ରୋଜଗାରର ରିପୋର୍ଟ ସାମ୍ନାକୁ ଆସିସାରିଛି। ଜାଣିବାକୁ ମିଳିଛି ଯେ ଗତକାଲି କିଙ୍ଗ୍‌ ଖାନ୍‌ଙ୍କ ଏହି ଫିଲ୍ମଟି ପୁଣି ଥରେ ଇତିହାସ ରଚନା କରିଛି।

ବାଣିଜ୍ୟ ବିଶ୍ଳେଷକ ରମେଶ ବାଲାଙ୍କ ଅନୁଯାୟୀ, ଦ୍ବିତୀୟ ରବିବାରରେ ଚଳଚ୍ଚିତ୍ରଟି ସର୍ବଭାରତୀୟ ସ୍ତରରେ ୨୮ କୋଟି ଟଙ୍କା ରୋଜଗାର କରିଛି। ସମସ୍ତ ରେକର୍ଡକୁ ଦୃଷ୍ଟିରେ ରଖି ପ୍ରଶଂସକମାନେ କହି ଚାଲିଛନ୍ତି ଯେ କିଙ୍ଗ୍‌ ଖାନ୍‌ଙ୍କ ରେକର୍ଡ ଆଉ କେହି ବି କରିପାରିବେ ନାହିଁ।

‘ପଠାନ’ର ଚାହିଦା କେବଳ ଭାରତ ନୁହେଁ, ବରଂ ଦୁନିଆ ସାରା ରହିଛି। ଭାରତୀୟ ବକ୍ସ ଅଫିସ ପରି ବିଦେଶରେ ବି ଫିଲ୍ମଟି ହଲ୍ଲା ମଚାଇଛି। ରମେଶ ବାଲା ଆହୁରି ବି ସୂଚନା ଦେଇଛନ୍ତି ଯେ ବିଶ୍ବ ସ୍ତରରେ ଫିଲ୍ମଟି ୮୫୦ କୋଟି ଟଙ୍କା ରୋଜଗାର କରି ସାରିଲାଣି। ୧୨ ଦିନ ମଧ୍ୟରେ ଏତେ ଟଙ୍କା ରୋଜଗାର କରି ଫିଲ୍ମଟି ଖୁବ୍‌ ସଫଳତା ଅର୍ଜନ କରି ସାରିଲାଣି।

ତେବେ ଫିଲ୍ମ ‘ପଠାନ’ ଜାନୁଆରି ୨୫ରେ ୧୦୦ଟି ଦେଶର ୮୦୦୦ରୁ ଅଧିକ ପରଦାରେ ମୁକ୍ତିଲାଭ କରିଥିଲା। ରିଲିଜ ପରେ ଏହାର ସ୍କ୍ରିନ ସଂଖ୍ୟା ଆହୁରି ୩୦୦କୁ ବଢ଼ାଇ ଦିଆଯାଇଥିଲା। ଏବେ ଫିଲ୍ମକୁ ମିଳୁଥିବା ଭଲପାଇବାକୁ ଦେଖି ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ‘ପଠାନ-୨’ ଆଣିବା ନେଇ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe