୫୦୦ କୋଟି କ୍ଲବ୍‌ରେ ପ୍ରବେଶ କଲା ‘ପଠାନ୍‌’; ଆସିଲା ୧୭ ଦିନର ବକ୍ସ ଅଫିସ୍‌ ରିପୋର୍ଟ

Advertisment
୫୦୦ କୋଟି କ୍ଲବ୍‌ରେ ପ୍ରବେଶ କଲା ‘ପଠାନ୍‌’; ଆସିଲା ୧୭ ଦିନର ବକ୍ସ ଅଫିସ୍‌ ରିପୋର୍ଟ

ମୁମ୍ବାଇ: ବକ୍ସ ଅଫିସ୍‌ରେ ଧମାକା କରି ଚାଲିଛି ଶାହାରୁଖଙ୍କ ‘ପଠାନ୍‌’ ଚଳଚ୍ଚିତ୍ର। ‘ପଠାନ’ର ଚାହିଦା କମିବାର ନାଁ ଧରୁନି। ସୁପର୍‌ଷ୍ଟାର୍‌ ଶାହାରୁଖ୍‌ ଖାନ୍‌ଙ୍କ ଏହି ଫିଲ୍ମ ରେକର୍ଡ ପରେ ରେକର୍ଡ ସୃଷ୍ଟି କରି ଚାଲିଛି। ସିନେମାଟି ଦୁଇ ସପ୍ତାହ ପାର୍‌ କରିସାରିଥିବା ବେଳେ ଏହା କେବଳ ଦେଶରେ ନୁହେଁ, ବିଦେଶରେ ବି ଧମାକା କରିଛି। ଫିଲ୍ମଟି ରିଲିଜ୍‌ ହେବାର ୩ ସପ୍ତାହ ପରେ ବି ପ୍ରଶଂସକ ଏହାକୁ ଭଲପାଇବା ଦେଇ ଚାଲିଛନ୍ତି।

ଫିଲ୍ମଟି ଟି‌କେ ମାନ୍ଦା ପଡ଼ିବା ପରେ ଗତକାଲି ପୁଣି ଥରେ ଭଲ ଆୟ କରିଥିବା ରିପୋର୍ଟ ହସ୍ତଗତ ହୋଇଛି। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ପ୍ରଥମରୁ ହିଁ ୪୫୦ କୋଟି ଟଙ୍କା ଆୟ କରି ‘ଦଙ୍ଗଲ’, ‘କେଜିଏଫ୍‌: ଚାପ୍ଟର-୨’ ଓ ‘କାଶ୍ମୀର ଫାଇଲ୍ସ’ ପରି ଅନେକ ହିଟ୍‌ ଫିଲ୍ମକୁ ପଛରେ ପକାଇଛି। ଏବେ ଫିଲ୍ମଟି ୫୦୦ କୋଟି କ୍ଲବ୍‌ରେ ସାମିଲ୍‌ ହୋଇସାରିଛି। ‘ପଠାନ୍‌’  ଭାରତରେ ୫୫୧ କୋଟି ଟଙ୍କାର ରୋଜଗାର ପାର୍‌ କରିଥିବା ବେଳେ ବିଶ୍ବସ୍ତରରେ ୮୮୮ କୋଟି ଟଙ୍କାର ବେପାର କରି ସାରିଲାଣି।

‘ପଠାନ’ର ଚାହିଦା କେବଳ ଭାରତ ନୁହେଁ, ବରଂ ଦୁନିଆ ସାରା ରହିଛି। ଭାରତୀୟ ବକ୍ସ ଅଫିସ ପରି ବିଦେଶରେ ବି ଫିଲ୍ମଟି ଦର୍ଶକଙ୍କ ମନ  ମୋହିଛି । ତେବେ ଫିଲ୍ମ ‘ପଠାନ’ ଜାନୁଆରି ୨୫ରେ ୧୦୦ଟି ଦେଶର ୮୦୦୦ରୁ ଅଧିକ ପରଦାରେ ମୁକ୍ତିଲାଭ କରିଥିଲା। ରିଲିଜ ପରେ ଏହାର ସ୍କ୍ରିନ ସଂଖ୍ୟା ଆହୁରି ୩୦୦କୁ ବଢ଼ାଇ ଦିଆଯାଇଥିଲା। ଏବେ ଫିଲ୍ମକୁ ମିଳୁଥିବା ଭଲପାଇବାକୁ ଦେଖି ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ‘ପଠାନ-୨’ ନିର୍ମାଣ ନେଇ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe