୬ଦିନରେ ୬୦୦କୋଟି ଆୟ କଲା ‘ପଠାନ’, ଭାଙ୍ଗୁଛି ବଡ଼ ବଜେଟ ଫିଲ୍ମର ରେକର୍ଡ

୬ଦିନରେ ୬୦୦କୋଟି ଆୟ କଲା ‘ପଠାନ’, ଭାଙ୍ଗୁଛି ବଡ଼ ବଜେଟ ଫିଲ୍ମର ରେକର୍ଡ

ନୂଆଦିଲ୍ଲୀ: ବଲିଉଡର କିଙ୍ଗ ଖାନ ଶାହରୁଖ ଚାରି ବର୍ଷ ପରେ ‘ପଠାନ’ ହୋଇ ବଡ଼ ପରଦାରେ ହାଇଚଇ ସୃଷ୍ଟି କରିଛନ୍ତି। ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଆକ୍ସନ୍ ପ୍ୟାକ୍ଡ ଫିଲ୍ମକୁ ଦର୍ଶକଙ୍କ ଭଲପାଇବା ମିଳିଛି। ଶାହରୁଖ ଖାନ, ଦୀପିକା ପାଦୁକୋନ ଏବଂ ଜନ୍ ଆବ୍ରାହିମଙ୍କ ଅଭିନୀତ ଚଳଚ୍ଚିତ୍ର ଏପର୍ଯ୍ୟନ୍ତ ଅନେକ ରେକର୍ଡ ଭାଙ୍ଗି ସାରିଥିବା ବେ‌ଳେ ଆଗକୁ ବି ବଡ଼ ବଡ଼ ରେକର୍ଡ ସୃଷ୍ଟି କରିବ ବୋଲି ଜଣାପଡ଼ିଛି।

ଛୁଟି ଦିନ ସରିବା ପରେ ବି ସୋମବାର ଦିନ ‘ପଠାନ’ ସମଗ୍ର ବିଶ୍ୱରେ ଭଲ ଆୟ କରିବାରେ ସଫଳ ହୋଇଛି। ଭାରତ ସହିତ ସମଗ୍ର ବିଶ୍ୱର ଲୋକମାନଙ୍କଠାରୁ ‘ପଠାନ’କୁ ବହୁତ ଭଲ ପାଇବା ମିଳୁଛି। ଏ‌ବେ ବି ଶାହାରୁଖଙ୍କ ପ୍ରଶଂସକମାନେ ପ୍ରେକ୍ଷାଳୟରେ ପହଞ୍ଚୁଛନ୍ତି। ବାଣିଜ୍ୟ ବିଶ୍ଳେଷକ ରମେଶ ବାଲାଙ୍କ ଅନୁଯାୟୀ, ‘ପଠାନ’ ୬ଦିନ ମଧ୍ୟରେ ବିଶ୍ବର ବକ୍ସ ଅଫିସରେ ୬୦୦କୋଟି ଟଙ୍କା ଆୟ କରିସାରିଛି। ବିଶ୍ବର ମୋଟ ସଂଗ୍ରହ ମାତ୍ର ୬ଦିନରେ ୬୦୦କୋଟି ଅତିକ୍ରମ କରିବା ‘ପଠାନ’ ପାଇଁ ଏକ ବଡ଼ ସଫଳତା।

ତେବେ ଫିଲ୍ମ ‘ପଠାନ’ ଜାନୁଆରି ୨୫ରେ ୧୦୦ଟି ଦେଶର ୮୦୦୦ରୁ ଅଧିକ ପରଦାରେ ମୁକ୍ତିଲାଭ କରିଥିଲା। ରିଲିଜ ପରେ ଏହାର ସ୍କ୍ରିନ ସଂଖ୍ୟା ଆହୁରି ୩୦୦କୁ ବଢ଼ାଇ ଦିଆଯାଇଥିଲା। ଏବେ ଫିଲ୍ମକୁ ମିଳୁଥିବା ଭଲପାଇବାକୁ ଦେଖି ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ‘ପଠାନ-୨’ ଆଣିବା ନେଇ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe