Advertisment

ମୋତେ ‘ପଠାନ’ର ସୁଟିଂ ସମୟରେ ଯେମିତି ଆଘାତ ନଲାଗୁ ସେଥିପାଇଁ ଜନ କରୁଥିଲେ ଏଭଳି ଅଭ୍ୟାସ ବୋଲି କହିଲେ ଶାହରୁଖ

Advertisment
ମୋତେ ‘ପଠାନ’ର ସୁଟିଂ ସମୟରେ ଯେମିତି ଆଘାତ ନଲାଗୁ ସେଥିପାଇଁ ଜନ କରୁଥିଲେ ଏଭଳି ଅଭ୍ୟାସ ବୋଲି କହିଲେ ଶାହରୁଖ

ମୁମ୍ବାଇ: କିଙ୍ଗ ଖାନ୍ ଶାହରୁଖଙ୍କ ଅଭିନୀତ ଫିଲ୍ମ ‘ପଠାନ’ ଗତ ବୁଧବାର ରିଲିଜ୍ ହୋଇ ଯାଇଛି । ଆଉ ଅନେକ ସଫଳତା ବି ପାଇଛି। ସିନେମା ସଫଳତାର ସହ ରିଲିଜ ହେବା ପରେ ଶାହରୁଖ ନିଜ ପ୍ରଶଂସକମାନଙ୍କ ସହ ଖୁସି ବାଣ୍ଟିଛନ୍ତି। ସୋମବାର ‘ପଠାନ’ର ଟିମ ସାମ୍ବାଦିକ ସମ୍ମିଳନୀ କରି ସିନେମା ବିଷୟରେ ଆଲୋଚନା କରିଛନ୍ତି। ଏହି ଅବସରରେ ଶାହରୁଖ ଖାନ ଜନ ଅବ୍ରାହମଙ୍କୁ ସିନେମାର ବ୍ୟାକବୋନ ବୋଲି କହିଛନ୍ତି।

ଶାହରୁଖ ସିନେମାକୁ ନେଇ ଆଲୋଚନା କରୁଥିବା ବ‌େଳେ କହିଛନ୍ତି ‘ପଠାନ’ର ବ୍ୟାକବୋନ ଜିମ। ଯାହାର ଭୂମିକା ଜନ ଅବ୍ରାହମ ନେଇଥିଲେ। ଜନକୁ ସିନେମାରେ ନେଲେ ପୋଷାକ ଖର୍ଚ୍ଚ କମ ପଡ଼ିଥ‌ାଏ। ତାଙ୍କୁ କେବଳ ଅନ୍ତବସ୍ତ୍ର ପିନ୍ଧାଇ ଦେଲେ କାମ ଚଳି ଯାଇଥାଏ। ମୋତେ ଖୁବ କମ ଆକସନ ଆସିଥାଏ। ବାଇକରେ ଆକସନ ଦେଖାଇବା ମୋତେ ଆସେ ନାହିଁ। ଜନଙ୍କୁ ଦେଖିଲି ସେ ଦିନରାତି ଏକ କରି ଅଭ୍ୟାସ କରୁଥିଲେ।

ମୋତେ ଲାଗୁଥିଲା ସେସବୁ ଆକସନ ସେ ଶିଖିବାକୁ ଚାହୁଁଥିଲେ, କିନ୍ତୁ ତାହା ନୁହେଁ। ପରେ ମୁଁ ଜାଣିବାକୁ ପାଇଲି ମୋତେ ଆକସନ ସମୟରେ ଯେମିତି ଆଘାତ ନଲାଗୁ, ସେଥିପାଇଁ ଜନ ଆକସନର ଅଭ୍ୟାସ କରୁଥି‌ଲେ। ଏଥିପାଇଁ ଜନଙ୍କୁ ଧନ୍ୟବାଦ।’

ଏହାପରେ ଜନ ଶାହରୁଖଙ୍କୁ ଆଲିଙ୍ଗନ କରିଥିଲେ। ଶାହରୁଖ ଜନଙ୍କ ଗାଲରେ ଏକ ଚୁମ୍ବନ ଭରି ଗୀତ ଗାଇଥିଲେ।

ଫିଲ୍ମଟିର ପ୍ରଥମ ୫ ଦିନର ରୋଜଗାରର ରିପୋର୍ଟ ହସ୍ତଗତ ହୋଇଛି। ‌ବାଣିଜ୍ୟ ବିଶ୍ଳେଷକ ରମେଶ ବାଲାଙ୍କ ମୁତାବକ, ୫ ଦିନ ମଧ୍ୟରେ ଫିଲ୍ମଟି ଭାରତରେ ରବିବାର ୭୦ କୋଟି ଟଙ୍କାର ବ୍ୟବସାୟ କରିଛି। ଫିଲ୍ମଟିର ହିନ୍ଦୀ ଭର୍ସନ ବୁଧବାର ୫୫ କୋଟି, ଗୁରୁବାର ୬୮ କୋଟି, ଶୁକ୍ରବାର ୩୮ କୋଟି, ଶନିବାର ୫୧.୫ କୋଟି ଟଙ୍କାର ବେପାର କରିଛି। ଭାରତରେ ୫ ଦିନର କଲେକ୍ସନକୁ ମିଶାଇ ଦେଲେ ‘ପଠାନ୍’ର ସମୁଦାୟ ରୋଜଗାର ୨୯୦ କୋଟି ପାଖାପାଖି ହୋଇଗଲାଣି। ଖୁବ୍ କମ୍‌ ସମୟରେ ଏହା ୩୦୦ କୋଟି ଟଙ୍କା ପାର୍‌ କରିବ ବୋଲି ଅନୁମାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe