ଶାହାରୁଖ୍‌ଙ୍କ ପାଇଁ ଦୁଃଖ ଖବର; ଅନ୍‌ଲାଇନ୍‌ରେ ଲିକ୍‌ ହେଲା ‘ପଠାନ’; ଟେଲିଗ୍ରାମ୍‌‌ରୁ କରିହେବ ଡାଉନ୍‌ଲୋଡ୍‌

କମିଲା ‘ପଠାନ୍‌’ ରିଲିଜ୍‌ ହୋଇଥିବା ପରଦା ସଂଖ୍ୟା; ଜାଣନ୍ତୁ ୨୪ ଦିନର ବକ୍ସ ଅଫିସ୍‌ ରିପୋର୍ଟ

Bollywood Chronicle

ମୁମ୍ବାଇ: ସୁପର୍‌ଷ୍ଟାର୍‌ ଶାହାରୁଖ୍‌ ଖାନ୍‌ଙ୍କ ଅଭିନୀତ ଚଳଚ୍ଚିତ୍ର ‘ପଠାନ୍‌’ ନୂଆ ନୂଆ ରେକର୍ଡ କରି ଚାଲିଥିବା ବେଳେ ନୂଆ ନୂଆ ରେକର୍ଡକୁ ବି ଭଙ୍ଗ କରି ଚାଲିଛି। ଏହି ଫିଲ୍ମକୁ ନେଇ ଆକଳନ କରାଯାଉଛି ଯେ ଏହା ବଲିଉଡର ସବୁଠାରୁ ଅଧିକ ରୋଜଗାର କରିଥିବା ସିନେମା ବନିପାରେ। ଏବେ ବି ବକ୍ସ ଅଫିସ୍‌ରେ ‘ପଠାନ’ର ଚାହିଦା ରହିଥିବା ବେଳେ ଶାହାରୁଖ୍‌ଙ୍କ ପାଇଁ କିନ୍ତୁ ଏକ ଦୁଃଖ ଖବର ରହିଛି।

ସୂଚନା ରହିଛି ଯେ ଫିଲ୍ମଟି ଅନ୍‌ଲାଇନ୍‌ରେ ଲିକ୍‌ ହୋଇଯାଇଛି। ଏହି କାରଣରୁ ଆଶଙ୍କା କରାଯାଉଛି ଯେ ଏହାର ପ୍ରଭାବ ସିନେମାର ରୋଜଗାର ଉପରେ ପଡ଼ିପାରେ। ‘ପଠାନ’କୁ ଇନ୍‌ଷ୍ଟାଣ୍ଟ୍‌ ମେସେଜିଂ ଆପ୍‌ ଟେଲିଗ୍ରାମ୍‌ରେ ଲିକ୍‌ କରି ଦିଆଯାଇଛି। ସେଠାରୁ ଚାହିଁଲେ ଡାଉନ୍‌ଲୋଡ୍‌ ବି କରିହେବ। ଟେଲିଗ୍ରାମ୍‌ରେ ଚଳଚ୍ଚିତ୍ରଟି ୪୮୦ପି, ୭୨୦ପି ଏବଂ ୧୦୮୦ପି ରିଜୋଲ୍ୟୁସନ୍‌ ୩ଟି କ୍ବାଲିଟିର ଉପଲବ୍ଧ ରହିଛି।

ସବୁଠାରୁ ଭଲ କ୍ବାଲିଟିର ଚଳଚ୍ଚିତ୍ରର ସାଇଜ୍‌ ୨.୪ ଜିବି ରହିଥିବା ବେଳେ ଅନ୍ୟ ଦୁଇଟିର ସାଇଜ୍ ସାନ ରହିିଛି। ଫିଲ୍ମଟିକୁ ଟେଲିଗ୍ରାମ୍‌ରେ ଅନେକ ଚ୍ୟାନେଲ୍‌ ଉପଲବ୍ଧ କରାଇଛନ୍ତି। ଯାହାର ପ୍ରଭାବ ଫିଲ୍ମର ରୋଜଗାର ଉପରେ ପଡ଼ିବା ଥୟ।

ବଲିଉଡର କିଙ୍ଗ ଖାନ ଶାହରୁଖ ଚାରି ବର୍ଷ ପରେ ‘ପଠାନ’ ଚଳଚ୍ଚିତ୍ର ଜରିଆରେ ପରଦାରେ ହାଇଚଇ ସୃଷ୍ଟି କରିଛନ୍ତି। ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଆକ୍ସନ୍ ଫିଲ୍ମକୁ ଦର୍ଶକଙ୍କ ଭଲପାଇବା ମିଳିଛି। ଶାହରୁଖ ଖାନ, ଦୀପିକା ପାଦୁକୋନ ଏବଂ ଜନ୍ ଆବ୍ରାହିମଙ୍କ ଅଭିନୀତ ଚଳଚ୍ଚିତ୍ର ଏପର୍ଯ୍ୟନ୍ତ ଅନେକ ରେକର୍ଡ ଭାଙ୍ଗି ସାରିଥିବା ବେ‌ଳେ ଆଗକୁ ବି ବଡ଼ ବଡ଼ ରେକର୍ଡ ସୃଷ୍ଟି କରିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe