ଅହମ୍ମଦାବାଦ୍: ଗୁଜରାଟର ଅହମ୍ମଦାବାଦରେ ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ୍’ର ପ୍ରମୋସନ ସମୟରେ ଉତ୍ତେଜନା ଦେଖାଦେଇଥିବା ବେଳେ ଅନଲାଇନରେ ସିନେମାର ଟ୍ରେଲର ଲିକ ହୋଇଯାଇଥିବା ଏମିତି ଅନେକ ଖବର ସାମ୍ନାକୁ ଆସିଥିଲା।
ଏହାରି ଭିତରେ ଏମିତି ଏକ ଖବର ଆସିଛି, ଯାହାକୁ ଶୁଣିବା ପରେ ଶାହାରୁଖ ଖାନ ଓ ଦୀପିକା ପାଦୁକୋନଙ୍କ ପ୍ରଶଂସକଙ୍କ ସମେତ ‘ପଠାନ୍’ ସିନେମା ଦେଖିବାକୁ ଉତ୍ସୁକ ଥିବା ଦର୍ଶକ ଖୁସି ହୋଇଯିବେ। କାରଣ ସେମାନଙ୍କ ବହୁପ୍ରତୀକ୍ଷିତ ସିନେମା ଟ୍ରେଲର ରିଲିଜ ତାରିଖ ସ୍ଥିର ହୋଇଯାଇଛି।
‘ପଠାନ୍’ ସିନେମାର ଟ୍ରେଲର ରିଲିଜ ଆସନ୍ତାକାଲି ଅର୍ଥାତ ଜାନୁଆରି ୧୦ ତାରିଖ ମଙ୍ଗଳବାର ଦିନ ୧୧ଟାରେ ହେବ। ଶାହରୁଖ ଖାନ, ଦୀପିକା ପାଦୁକୋନ ଓ ଜନ ଅବ୍ରାହମ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସିନେମା ଟ୍ରେଲରର ରିଲିଜ ତାରିଖ ଉଲ୍ଲେଖ କରିଛନ୍ତି।
ତେବେ ପ୍ରଶଂସକ ସେମାନଙ୍କ ବହୁ ପ୍ରତୀକ୍ଷିତ ସିନେମା ଟ୍ରେଲରର ରିଲିଜ ତାରିଖ ଓ ସମୟ ପାଇ ଯିବା ପରେ ଖୁସି ହୋଇଯାଇଛନ୍ତି। କାଲି ଦିନ ୧୧ଟା କେମିତି ଆସିବ ସେ ଅପେକ୍ଷାରେ ରହିଛନ୍ତି। ପ୍ରିୟ ଅଭିନେତା ଶାହରୁଖ ଗତ ୫ବର୍ଷ ପରେ ପରଦାକୁ ଫେରି କ’ଣ ଧମାଲ କରୁଛନ୍ତି ତାହାକୁ ଦେଖିବା ପାଇଁ ଦର୍ଶକ କେବେଠାରୁ ଅପେକ୍ଷା କରିଛନ୍ତି। ଏହି ଅପେକ୍ଷାର ଖୁବଶୀଘ୍ର ଅନ୍ତ ହେବାକୁ ଯାଉଛି। କାରଣ ସିନେମା ‘ପଠାନ’ ବି ଜାନୁଆରି ୨୫ରେ ରିଲିଜ ହେବ।
/sambad/media/post_attachments/wp-content/uploads/2023/01/images-4-300x168.jpg)
୨୦୨୩ର ବହୁପ୍ରତିକ୍ଷୀତ ସିନେମା ‘ପଠାନ’ର ପ୍ରଥମ ଗୀତ ‘ବେଶରମ ରଙ୍ଗ’ ନିକଟରେ ରିଲିଜ ହୋଇଥିଲା। ଏହା ରିଲିଜ ହେବା ଦିନ ଠାରୁ ଲୋକେ ଦୀପିକା ପିନ୍ଧିଥିବା କମଳା ବା ଗେରୁଆ ରଙ୍ଗର ପୋଷାକକୁ ନେଇ ବିରୋଧ କରିଥିଲେ। ଏଥିସହିତ ସିନେମାକୁ ବିଏକଟ କରିବାକୁ ବି ଦାବି କରିଥିଲେ।
Follow Us