ଭାରତର ‘ମାଡାମ ତୁସାଦ୍’ ମହାଶୀଳା, ମନମୋହୁଛି ଶାହରୁଖଙ୍କ ମହମ ମୂର୍ତ୍ତି

ଭାରତର ‘ମାଡାମ ତୁସାଦ୍’ ମହାଶୀଳା, ମନମୋହୁଛି ଶାହରୁଖଙ୍କ ମହମ ମୂର୍ତ୍ତି

ଲଣ୍ଡନସ୍ଥିତ ‘ମାଡାମ ତୁସାଦ୍’ ଏଭଳି ଏକ ସଂଗ୍ରହାଳୟ, ଯେଉଁଠି କେବଳ ଖ୍ୟାତନାମା ବ୍ୟକ୍ତିତ୍ବଙ୍କର ମହମର ପ୍ରତିକୃତି ଶୋଭା ପାଇଥାଏ। ସେଠାରେ ସ୍ଥାନ ପାଇବା କୌଣସି ବ୍ୟକ୍ତିବିଶେଷଙ୍କ ପାଇଁ ବିଶ୍ବସ୍ତରୀୟ ପରିଚିତି ଆଣିଥାଏ। ଏହି ସଂଗ୍ରହାଳୟର ଚାହିଦା ଯୋଗୁଁ ତାହାର ଶାଖା ମଧ୍ୟ ବିଭିନ୍ନ ରାଷ୍ଟ୍ରରେ ରହିଛି। ଏହି କ୍ରମରେ ନୂଆଦିଲ୍ଲୀଠାରେ ୨୦୧୭ ମସିହାରେ ଖୋଲିଥିବା ଶାଖାରେ ଅମିତାଭ ବଚ୍ଚନ, ସଲମାନ ଖାଁ, କପିଳ ଦେବ, ଆଶା ଭୋଁସଲେ, ସଚିନ ତେନ୍ଦୁଲକରଙ୍କ ପରି ୫୦ରୁ ଅଧିକ କିଂବଦନ୍ତି ବ୍ୟକ୍ତିତ୍ବ ସ୍ଥାନ ପାଇଛନ୍ତି। ତେବେ ପଶ୍ଚିମବଙ୍ଗର ଆସାନସୋଲ ଅନ୍ତର୍ଗତ ମହାଶୀଳାଠାରେ ଏକ ଅନୁରୂପ ସଂଗ୍ରହା​ଳୟ ଏବେ ବେଶ୍‌ ଲୋକପ୍ରିୟ ହେବାରେ ଲାଗିଛି। ଶିଳ୍ପୀ ସୁଶାନ୍ତ ଘୋଷଙ୍କ ସେହି ସଂଗ୍ରହାଳୟରେ ସଦ୍ୟ ଶୋଭା ପାଉଥିବା ଅଭିନେତା ଶାହରୁଖ ଖାଁଙ୍କ ଏକ ପ୍ରତିକୃତି ଏବେ ପ୍ରଶଂସକମାନଙ୍କୁ ଖୁବ୍‌ ଆକର୍ଷିତ କରିବାରେ ଲାଗିଛି।

ଏଥିରେ ଶାହରୁଖଙ୍କର ସୁପରହିଟ୍‌ ସିନେମା ‘ପଠାନ’ରେ ସେ ନିର୍ବାହ କରିଥିବା ଚରିତ୍ରର ଅବିକଳ ମହମ ମୂର୍ତ୍ତି ପ୍ରଦର୍ଶିତ ହେଉଛି। ଉକ୍ତ ଜୀବନ୍ତ ମୂର୍ତ୍ତି ପାଖରେ ଆଗନ୍ତୁକମାନେ ସେଲ୍‌ଫି ଉଠାଇବାର ମଜା ନେଉଛନ୍ତି। ଶାହରୁଖଙ୍କର ଏହି ନିର୍ଦ୍ଦିଷ୍ଟ ପ୍ରତିକୃତି ଗଢ଼ିବା ପାଇଁ ଶିଳ୍ପୀ ସୁଶାନ୍ତଙ୍କୁ ଦୁଇ ମାସ ସମୟ ଲାଗିଥିଲା। ବିଶେଷ କରି ଶାରୁଖଙ୍କର ବେଶଭୂଷା ଓ କେଶବିନ୍ୟାସକୁ ଅବିକଳ ତିଆରି କରିବା ଭାରି କଷ୍ଟକର ଥିଲା ବୋଲି ସୁଶାନ୍ତ କହିଛନ୍ତି। ଏବେ ସିନେପ୍ରେମୀମାନେ ଶାହରୁଖଙ୍କର ଏହି ମହମ ମୂର୍ତ୍ତି ଦ୍ବାରା ଉତ୍ସାହିତ ହୋଇ ସେଠାରେ ‘ଭାଇଜାନ୍‌’ ସଲମାନ ଖାଁଙ୍କର ଏକ ଅନୁରୂପ ପ୍ରତିକୃତି ନିର୍ମାଣ କରିବା ପାଇଁ ସୁଶାନ୍ତଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe