Advertisment

ଅକାଳରେ ଚାଲିଗଲା ଲୋକପ୍ରିୟ ଅଭିନେତ୍ରୀଙ୍କ ଜୀବନ, ୩୮ବର୍ଷ ବୟସରେ ଦୁନିଆରୁ ନେଲେ ବିଦାୟ

Advertisment

ଟିଭି ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ଆସିଛି। ‌ଲୋକପ୍ରିୟ ଧାରାବାହିକ 'ପବିତ୍ର ରିସ୍ତା'ରେ ବର୍ଷା ଭୂମିକାରେ ଅଭିନୟ କରିଥିବା ପ୍ରିୟା ମରାଠେଙ୍କର ଦେହାନ୍ତ ହୋଇଛି। ଅଭିନେତ୍ରୀଙ୍କୁ ମାତ୍ର ୩୮ବର୍ଷ ବୟସ ହୋଇଥିଲା। ଏଭଳି ପ୍ରିୟାଙ୍କ ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଛି।

ଟିଭି ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ଆସିଛି। ‌ଲୋକପ୍ରିୟ ଧାରାବାହିକ 'ପବିତ୍ର ରିସ୍ତା'ରେ ବର୍ଷା ଭୂମିକାରେ ଅଭିନୟ କରିଥିବା ପ୍ରିୟା ମରାଠେଙ୍କର ଦେହାନ୍ତ ହୋଇଛି। ଅଭିନେତ୍ରୀଙ୍କୁ ମାତ୍ର ୩୮ବର୍ଷ ବୟସ ହୋଇଥିଲା। ଏଭଳି ପ୍ରିୟାଙ୍କ ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଛି।

New Project (3)

ମୁମ୍ବାଇ: ଟିଭି ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ଆସିଛି। ‌ଲୋକପ୍ରିୟ ଧାରାବାହିକ 'ପବିତ୍ର ରିସ୍ତା'ରେ ବର୍ଷା ଭୂମିକାରେ ଅଭିନୟ କରିଥିବା ପ୍ରିୟା ମରାଠେଙ୍କର ଦେହାନ୍ତ ହୋଇଛି। ଅଭିନେତ୍ରୀଙ୍କୁ ମାତ୍ର ୩୮ବର୍ଷ ବୟସ ହୋଇଥିଲା। ଏଭଳି ପ୍ରିୟାଙ୍କ ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଛି। ପ୍ରିୟା ଅନେକ ଟିଭି ସୋ’ ଏବଂ ୱେବ୍ ସୋ’ରେ କାମ କରିଥିଲେ। ସେ ମରାଠୀ ଇଣ୍ଡଷ୍ଟ୍ରିରେ ମଧ୍ୟ ଏକ ଜଣାଶୁଣା ନାମ।

ସୂଚନା ମୁତାବକ, ପ୍ରିୟାଙ୍କର ମୁମ୍ବାଇର ମୀରା ରୋଡ୍‌ସ୍ଥିତ ତାଙ୍କ ଘରେ ମୃତ୍ୟୁ ହୋଇଥିବା ଜଣାଯାଇଛି। ବର୍ଷେ ପୂର୍ବରୁ ସେ କର୍କଟ ରୋଗରେ ପୀଡିତ ହୋଇଥିଲେ। କୁହାଯାଉଛି ଯେ, ଚିକିତ୍ସା ପରେ ସେ କର୍କଟ ରୋଗରୁ ସୁସ୍ଥ ହେଉଥିଲେ। କିନ୍ତୁ କିଛି ଦିନ ପୂର୍ବରୁ ତାଙ୍କ ଶରୀରରେ ପୁଣି ଥରେ କର୍କଟ ରୋଗ ବ୍ୟାପିବା ଆରମ୍ଭ ହୋଇଥିଲା ଏବଂ ତାଙ୍କ ଶରୀର ଚିକିତ୍ସା ପ୍ରତି ପ୍ରତିକ୍ରିୟା ଦେବା ବନ୍ଦ କରିଦେଇଥିଲା। ଶନିବାର ଦିନ ଏହି ଅଭିନେତ୍ରୀ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବୋଲି ଜଣାପଡ଼ିଛି।

ମରାଠେ ଜଣେ ଭାରତୀୟ ଷ୍ଟାଣ୍ଡ-ଅପ୍ କମେଡିଆନ୍ ଏବଂ ଟେଲିଭିଜନ ଅଭିନେତ୍ରୀ ଥିଲେ। ତାଙ୍କର ଜନ୍ମ ୨୩ ଏପ୍ରିଲ ୧୯୮୭ରେ ମୁମ୍ବାଇରେ ହୋଇଥିଲା। ସେ ମୁମ୍ବାଇରୁ ତାଙ୍କର ସ୍କୁଲ ଏବଂ କଲେଜ ଶିକ୍ଷା ଶେଷ କରିଥିଲେ ଏବଂ ତା'ପରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ। ପାଠପଢ଼ା ସମାପ୍ତ କରିବା ପରେ, ସେ ଅଭିନୟ ଜଗତକୁ ଆସିବା ସହ ଶୀଘ୍ର ମରାଠୀ ଧାରାବାହିକ 'ୟା ସୁଖାନୋୟା' ଏବଂ ତା'ପରେ 'ଚାର ଦିବସ ସାସୁଚେ' ମାଧ୍ୟମରେ ଟିଭିରେ ଡେବ୍ୟୁ କରିଥିଲେ।

ଏହା ପରେ ମରାଠେ ବାଲାଜୀ ଟେଲିଫିଲ୍ମସର 'କସମ୍ ସେ'ରେ ବିଦ୍ୟା ବାଲି ଭୂମିକାରେ ଅଭିନୟ କରିଥିଲେ ଏବଂ ପରେ 'କମେଡି ସର୍କସ'ର ପ୍ରଥମ ସିଜିନରେ ମଧ୍ୟ ନଜର ଆସିଥିଲେ। ଏହା ପରେ ସେ ଧାରାବାହିକ 'ପବିତ୍ର ରିସ୍ତା'ରେ ବର୍ଷା ଭୂମିକାରେ ଅଭିନୟ କରିଥିଲେ, ଯାହା ତାଙ୍କୁ ଲୋକପ୍ରିୟତା ଦେଇଥିଲା।  ଏହି ଧାରାବାହିକ ଶେଷ ହେବା ପରେ ସେ ଏପ୍ରିଲ ୨୦୧୨ରେ ସୋନି ଟିଭିରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ 'ବଡେ ଅଛେ ଲଗତେ ହେଁ'ରେ ଜ୍ୟୋତି ମଲହୋତ୍ରା ଚରିତ୍ରରେ ନଜର ଆସିଥିଲେ। ୨୦୧୨ରେ ସେ ଶାନ୍ତନୁ ମୋଘେଙ୍କୁ ବିବାହ କରି ଜୀବନର ଏକ ନୂଆ ଯାତ୍ରା ଆରମ୍ଭ କରିଥିଲେ। ହେଲେ ଏବେ ସେ ଏତେ କମ ବୟସରୁ ଦୁନିଆରୁ ବିଦାୟ ନେବା ଖବର ତାଙ୍କ ପ୍ରଶଂସକଙ୍କୁ ଶକ୍ତ ଧକ୍କା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe