ପୁଅର ସ୍ବାସ୍ଥ୍ୟ ବିଷୟରେ କହିଲେ ପବନ, ଫୋନ କରି ପ୍ରଧାନମନ୍ତ୍ରୀ ଦେଲେ ଏହି ପ୍ରତିଶ୍ରୁତି

ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ସାନ ପୁଅ ମାର୍କ ଶଙ୍କର ସିଙ୍ଗାପୁରର ଏକ ସ୍କୁଲରେ ଦୁର୍ଘଟଣାର ଶିକାର ହୋଇଥିଲେ। ଏବେ ପୁଅର ସ୍ବାସ୍ଥ୍ୟ ବିଷୟରେ ଜଣାଇଛନ୍ତି ପବନ।

Pawan Kalyan

ହାଇଦ୍ରାବାଦ: ସିଙ୍ଗାପୁରର ଏକ ସ୍କୁଲରେ ନିଆଁ ଲାଗିବାରୁ ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ସାନ ପୁଅ ମାର୍କ ଶଙ୍କର ଆହତ ହୋଇଛନ୍ତି। ଏହି କଠିନ ସମୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ. ପବନ କଲ୍ୟାଣଙ୍କୁ ଫୋନ୍ କରି ହାଇ କମିଶନ ମାଧ୍ୟମରେ ସମସ୍ତ ପ୍ରକାରର ସାହାଯ୍ୟର ପ୍ରତିଶ୍ରୁତି ଦେଇଥିବା ସାମ୍ନାକୁ ଆସିଛି। 

ଏବେ ପବନ କଲ୍ୟାଣ ହାଇଦ୍ରାବାଦରେ ଥିବା ବେଳେ ଫୋନ ଯୋଗେ ନିଜ ପତ୍ନୀଙ୍କ ସହ ଯୋଗାଯୋଗ କରୁଛନ୍ତି। ସେ କହିଛନ୍ତି ଯେ, ସେ ଆଜି ରାତିରେ ତାଙ୍କ ପୁଅକୁ ଭେଟିବା ପାଇଁ ସିଙ୍ଗାପୁର ଯିବେ। ମାର୍କ ସିଙ୍ଗାପୁରର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

କଲ୍ୟାଣ କହିଛନ୍ତି, "ସିଙ୍ଗାପୁରରେ ଏକ ଗ୍ରୀଷ୍ମ ଶିବିର(ସମର କ୍ୟାମ୍ପ) ସମୟରେ ଏହି ଘଟଣା ଘଟିଥିଲା। ଏହି ଘଟଣାରେ ଅନେକ ପିଲା ଆହତ ହୋଇଛନ୍ତି ଏବଂ ଜଣକର ମୃତ୍ୟୁ ହୋଇଛି। ମୋ ପୁଅର ହାତ ଏବଂ ଗୋଡ଼ ପୋଡ଼ି ଯାଇଛି। ତାଙ୍କର 'ବ୍ରୋଙ୍କୋସ୍କୋପି' କରାଯାଉଛି। ଧୂଆଁ ଯୋଗୁଁ ହୋଇଥିବା କ୍ଷତି ଦୀର୍ଘଦିନ ରହିବ। ମୁଁ ଏପର୍ଯ୍ୟନ୍ତ ମୋ ପୁଅ ସହିତ କଥା ହୋଇନାହିଁ। ହେଲେ ତାଙ୍କ ଅବସ୍ଥା ଚିନ୍ତାଜନକ ନୁହେଁ ବୋଲି ମୁଁ ଜାଣିବାକୁ ପାଇଛି। ଏହି କଠିନ ସମୟରେ ପ୍ରଧାନମନ୍ତ୍ରୀ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ମୋର ମନୋବଳ ବଢ଼ାଇଛନ୍ତି। ପ୍ରଧାନମନ୍ତ୍ରୀ ଫୋନ୍ କରି ହାଇ କମିଶନ ମାଧ୍ୟମରେ ସମସ୍ତ ପ୍ରକାରର ସାହାଯ୍ୟର ପ୍ରତିଶ୍ରୁତି ଦେଇଛନ୍ତି।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe