ଦଳାଚକଟା ଘଟଣାକୁ ନେଇ କାହାକୁ ସମର୍ଥନ କଲେ ପବନ କଲ୍ୟାଣ?

ଆଇନ ସମସ୍ତଙ୍କ ପାଇଁ ସମାନ ଏବଂ ମୁଁ ଏଭଳି ଘଟଣାରେ ପୁଲିସକୁ ଦାୟୀ କରିବି ନାହିଁ। ସେମାନେ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କାର୍ଯ୍ୟ କରନ୍ତି। ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ପବନଙ୍କ ପ୍ରତିକ୍ରିୟା।

tallupaw

ନୂଆଦିଲ୍ଲୀ: ଫିଲ୍ମ ‘ପୁଷ୍ପା-୨: ଦ ରାଇଜ୍’ର ପ୍ରିମିୟର ସୋ ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ହେବାକୁ ନେଇ ବିବାଦରେ ଅଛନ୍ତି ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ହାଇଦ୍ରାବାଦ ପୁଲିସ ତାଙ୍କୁ ପଚରାଉଚରା କରିସାରିଥିବା ବେଳେ ଲୋକେ ତାଙ୍କ ଘର ଉପରକୁ ଆକ୍ରମଣ କରିସାରିଛନ୍ତି। ବିବାଦ ବଢ଼ୁଥିବା ଦେଖି ଅର୍ଜୁନ, ‘ପୁଷ୍ପା-୨: ଦ ରାଇଜ୍’ର ନିର୍ମାତା ଓ ନିର୍ଦ୍ଦେଶକ ମିଶି ମୃତକଙ୍କ ପରିବାରକୁ ୨କୋଟି ଦେଇଥିବା ବେଳେ ଏବେ ଏହି ଘଟଣାକୁ ନେଇ ସୁପରଷ୍ଟାର ଅଭିନେତା ତଥା ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ନିଜର ପ୍ରତିକ୍ରିୟା ଦେଇଛନ୍ତି।

ତାଙ୍କ କହିବା ମୁତାବକ, "ଆଇନ ସମସ୍ତଙ୍କ ପାଇଁ ସମାନ ଏବଂ ମୁଁ ଏଭଳି ଘଟଣାରେ ପୁଲିସକୁ ଦାୟୀ କରିବି ନାହିଁ। ସେମାନେ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କାର୍ଯ୍ୟ କରନ୍ତି। ଏହି ଘଟଣା ଘଟିବା ପରେ ଅଲ୍ଲୁ ଅର୍ଜୁନ ବ‌ା ତାଙ୍କ ତରଫରୁ କେହି ମୃତକଙ୍କ ଘରକୁ ଯାଇ ସେମାନଙ୍କୁ ଭେଟିବାର ଥିଲା। ସେମାନଙ୍କୁ ଅନୁଭବ କରାଇବାର ଥିଲା ‌ଯେ, ପରିବାରକୁ ସମର୍ଥନ କରିବା ପାଇଁ ଆମେ ସମସ୍ତେ ଏଠାରେ ଅଛୁ ଏବଂ ନିଜ ଭୁଲ ପାଇଁ ଅନୁତାପ କରୁଛୁ। ହେଲେ କେହି ଏଭଳି କଲେ ନାହିଁ। ସମସ୍ତେ ଆର୍ଥିକ ସହାୟତା ଦେଇଥିଲେ ହେଲେ ମାନବିକତା ଦେଖାଇନଥିଲେ।”

ପବନ କଲ୍ୟାଣ ହେଉଛନ୍ତି ସାଉଥ ସୁପରଷ୍ଟାର ଚିରଞ୍ଜିବିଙ୍କ ସାନ ଭାଇ। ଚିରଞ୍ଜିବି ଅଲ୍ଲୁ ଅର୍ଜୁନଙ୍କ ପିଉସୀଙ୍କୁ ବିବାହ କରିଥିବାରୁ କଲ୍ୟାଣ ଓ ଅର୍ଜୁନଙ୍କ ମଧ୍ୟରେ ପାରିବାରିକ ସମ୍ପର୍କ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe