ପାୟଲଙ୍କ ବିରୋଧରେ ୧.୧ କୋଟି ଟଙ୍କାର ମାନହାନି ମକଦ୍ଦମା

Advertisment
ପାୟଲଙ୍କ ବିରୋଧରେ ୧.୧ କୋଟି ଟଙ୍କାର ମାନହାନି ମକଦ୍ଦମା

India TV News

ମୁମ୍ବାଇ:  ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ ଆଣିଥିବା ଅଭିନେତ୍ରୀ ପାୟଲ ଘୋଷ ଏବେ ନିଜେ ମାନହାନି ମାମଲାରେ ଛନ୍ଦି ହୋଇଯାଇଛନ୍ତି। ଅଭିନେତ୍ରୀ ରିଚା ଚଢ଼ା, ପାୟଲଙ୍କ ଉପରେ ୧.୧କୋଟି ଟଙ୍କାର ମାନହାନି ମାମଲା ଦାୟର କରିଛନ୍ତି। ବମ୍ବେ ହାଇକୋର୍ଟ ଏହାର ଶୁଣାଣି ପାଇଁ ଅକ୍ଟୋବର ୭ ତାରିଖ (ବୁଧବାର)କୁ ଦିନ ଧାର୍ଯ୍ୟ କରିଛନ୍ତି। କୋର୍ଟ କହିଛନ୍ତି, ଯେଉଁମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି, ସେମାନଙ୍କୁ ନୋଟିସ୍‌ ଦିଆଯାଇ ନଥିଲା। ଏଣୁ ସେମାନଙ୍କୁ କୋର୍ଟରେ ହାଜର ହେବାକୁ ଗୋଟିଏ ଦିନ ସମୟ ଦିଆଯାଇଛି।

ସୂଚନାଯୋଗ୍ୟ, କିଛି ଦିନ ତଳେ ଅନୁରାଗଙ୍କ ବିରୋଧରେ ପାୟଲ ଯୌନ ଶୋଷଣ ଅଭିଯୋଗ ଆଣିଥି‌ଲେ। ସେହି ସମୟରେ ସେ ନିଜ ପକ୍ଷ ରଖି କହିଥି‌ଲେ ଯେ ଏମିତି ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ଅନୁରାଗଙ୍କ ସହ କାମ କରିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଆନ୍ତି। ପାୟଲ ଏହି ଅବସରରେ ଅଭିନେତ୍ରୀ ରିଚା ଚଢ଼ା, ମାହି ଗିଲ ଓ ହୁମା କୁରୈଶିଙ୍କ ନାଁ ଉଠାଇଥିଲେ। ପାୟଲଙ୍କ ଏହି ବୟାନରେ ରିଚା ତାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି। ଆଜି ଏହି ମାମଲାର ଶୁଣାଣି ହେବାର ଥିଲା। କିନ୍ତୁ ବିପକ୍ଷର କେହି ଉପସ୍ଥିତ ନଥିବାରୁ ଶୁଣାଣି ତାରିଖ ଆସନ୍ତାକାଲି ପାଇଁ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe