Free Press Journal
ନୂଆଦିଲ୍ଲୀ: ଚଳଚ୍ଚିତ୍ର ନିର୍ମାତା ଅନୁରାଗ କାଶ୍ୟପଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ବଲିଉଡ ଅଭିନେତ୍ରୀ ପାୟଲ ଘୋଷ। ତାଙ୍କୁ ଅନୁରାଗ କାଶ୍ୟପ ଯୌନ ନିର୍ଯାତନା ଦେଇଥିଲେ ବୋଲି ସେ ପୁଲିସରେ ଏତଲା ଦେଇଥିଲେ । କିନ୍ତୁ ଏହି ଅଭିଯୋଗକୁ ୪ମାସ ବିତି ଯାଇଥିଲେ ବି ମୁମ୍ବାଇ ପୁଲିସ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ।
/sambad/media/post_attachments/72f32fdf22aa2aa98154d2c3ab830059c9375a7cc0ff5794a828fc588b8d5131.jpg)
ସୋମବାର ଦିନ ପାୟଲ ଘୋଷ ଟୁଇଟ କରି କହିଛନ୍ତି, '୪ ମାସ ହେଲାଣି। ମୁଁ ପ୍ରମାଣ ଦେବା ପରେ ବି ଅନୁରାଗ କାଶ୍ୟପଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। କ’ଣ ପ୍ରକ୍ରିୟାକୁ ଆଗକୁ ନେବାକୁ ହେଲେ ମୋତେ ମରିବାକୁ ପଡିବ କି? '
ପାୟଲ ଘୋଷ ଆଉ ଏକ ଟୁଇଟରେ ଲେଖିଛନ୍ତି, ‘‘ଏତେ ସମୟ ବିତି ଯାଇଥିଲେ ହେଁ, ମୁମ୍ବାଇ ପୁଲିସ ନିଜ କାମ କରିନାହିଁ। ଏହା ଏକ ଅନୁରୋଧ | ଏହା ମହିଳାମାନଙ୍କର କଥା ଏବଂ ଆମକୁ ଏହି ଘଟଣାକୁ ନେଇ ଜାଗୃତ ଦେବା ଦରକାର।’’
ଚଳିତ ବର୍ଷ ସେପ୍ଟେମ୍ବରରେ ପାୟଲ ଘୋଷ ସୋସିଆଲ ମିଡିଆରେ ଅଭିଯୋଗ କରିଥିଲେ ଯେ ତାଙ୍କୁ ୨୦୧୩ ରେ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କାଶ୍ୟପ ଯୌନ ନିର୍ଯାତନା ଦେଇଥିଲେ। ତେବେ ମୁମ୍ବାଇ ପୁଲିସକୁ ଦେଇଥିବା ବୟାନରେ କାଶ୍ୟପ ଏହି ଅଭିଯୋଗକୁ ଅସ୍ୱୀକାର କରି କହିଥିଲେ କି ସେ ସୁଟିଂ ପାଇଁ ଶ୍ରୀଲଙ୍କାରେ ଥିଲେ। ସେ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି ଅନୁରାଗ କାଶ୍ୟପ ।
Follow Us