ନେହେରୁଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ୨୪ ତାରିଖ ପର୍ଯ୍ୟନ୍ତ ପାୟଲ ରୋହତଗୀଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି, ଜାମିନ୍ ଖାରଜ

Advertisment
ନେହେରୁଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ୨୪ ତାରିଖ ପର୍ଯ୍ୟନ୍ତ ପାୟଲ ରୋହତଗୀଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି, ଜାମିନ୍ ଖାରଜ

Hindustan Times

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଓ ମୋତିଲାଲ ନେହେରୁଙ୍କୁ ନେଇ ବିବାଦୀୟ ବୟାନ ଦେଇଥିବା ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ  ଗତକାଲି ରାଜସ୍ଥାନ ପୁଲିସ  ଗିରଫ କରିଥିବା ବେଳେ ‌ଡିସେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ପାୟଲଙ୍କୁ ନ୍ୟାୟିକ ହେପାଜତରେ ରଖାଯାଇଛି। ଆଞ୍ଚଳିକ ଅଦାଲତ ତାଙ୍କ ଜାମିନ୍‌ ଆବେଦନକୁ ଖାରଜ କରିବା ପରେ ପାୟଲଙ୍କୁ ବୁନ୍ଦି ସେଣ୍ଟ୍ରାଲ୍‌ ଜେଲ୍‌ରେ ରଖାଯାଇଛି।

ଉଲ୍ଲେଖଯୋଗ୍ୟ, ପାୟଲ ରୋହତଗୀ ସୋସିଆଲ୍‌ ମିଡିଆରେ ନେହେରୁ ପରିବାରକୁ ଅପମାନିତ କରିବା ପରେ ଏକ ଭିଡିଓ ପୋଷ୍ଟ୍‌ କରିଥିଲେ। ତାଙ୍କର ଏହି ଭିଡିଓ ପାଇଁ ସେ ବିବାଦିତା ହୋଇଥିଲେ। ରବିବାର ରାତିରେ ରଜସ୍ଥାନ ପୁଲିସ୍‌ ପାୟଲଙ୍କୁ ଗିରଫ କରିବା ପରେ ସେ ଟ୍ବିଟ୍‌ କରି ଜଣାଇଥିଲେ ଯେ ‘ମୋତେ ଆଜି ରାଜସ୍ଥାନ ପୁଲିସ ଗିରଫ କରିଛି। ସେପ୍ଟେମ୍ବର ୨୧ରେ ମୁଁ ମୋତିଲାଲ ନେହେରୁ ଓ ଜବାହରଲାଲ ‌ନେହେରୁଙ୍କୁ ନେଇ ଗୁଗଲରେ ଥିବା ସୂଚନା ଆଧାରରେ  ଯେଉଁ ଭିଡିଓ ପୋଷ୍ଟ କରିଥିଲି, ସେ ନେଇ ମୋତେ ପୁଲିସ ଗିରଫ କରିଛି। ଆଜିକାଲି କୌଣସି ବିଷୟରେ କହିବାର ସ୍ବାଧୀନତା ‌ନାହିଁ ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe