ସଲମାନଙ୍କ ସହ ଦେଖା ହେବା ପରେ ରିୟାଲିଟି ସୋ’ 'ଲକ୍ ଅପ'ର ବିଜେତା ବଦଳାଇଛନ୍ତି କଙ୍ଗନା: ପାୟଲ ରୋହତଗି

Advertisment
ସଲମାନଙ୍କ ସହ ଦେଖା ହେବା ପରେ ରିୟାଲିଟି ସୋ’ 'ଲକ୍ ଅପ'ର ବିଜେତା ବଦଳାଇଛନ୍ତି କଙ୍ଗନା: ପାୟଲ ରୋହତଗି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ହୋଷ୍ଟ କରୁଥିବା ସୋ’ ଲକ୍ ଅପ୍ ଏବେ ଶେଷ ହୋଇଛି। ବିଜୟୀ ହୋଇ ପ୍ରତିଯୋଗୀ ମୁନୱର ଫାରୁକୀ ପୁରସ୍କାର ନିଜ ଘରକୁ ନେଇଛନ୍ତି। ଏହି ସୋ’ ଶେଷ ହେବାର ଏକ ସପ୍ତାହ ହୋଇସାରିଥିବା ବେଳେ ଏବେ କଙ୍ଗନା ଓ ପ୍ରତିଯୋଗୀ ପାୟଲ ରୋହତଗିଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି। କଙ୍ଗନାଙ୍କୁ ସୋସିଆଲ ମିଡିଆରେ ଅନଫଲୋ କରିବା ସହ ସଲମାନ ଖାନଙ୍କ ସହ ଦେଖା ହେବା ପରେ କଙ୍ଗନା ରିୟାଲିଟି ସୋ’ 'ଲକ୍ ଅପ'ର ବିଜେତା ବଦଳାଇ ଦେଲେ ବୋଲି କହିଛନ୍ତି ପାୟଲ।

publive-image

ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପାୟଲ କହିଛନ୍ତି ଯେ, 'ଲକ୍ ଅପ'ର ବିଜେତା ଲୋକଙ୍କ ଭୋଟକୁ ଆଧାର କରି ନୁହେଁ ବରଂ କଙ୍ଗନାଙ୍କ ନିଷ୍ପତ୍ତିକୁ ଆଧାର କରି ଘୋଷଣା କରାଯାଇଛି। ତିନିମାସ ଧରି କଙ୍ଗନା ନିଜ ସୋ’ର ବିଷୟବସ୍ତୁ ବିଷୟରେ ଲୋକଙ୍କୁ ବୁଝାଇବାରେ ଲାଗିପଡ଼ିଥିଲେ। ନିଜ ସୋ’କୁ 'ବିଗ୍ ବସ୍' ସହ ତୁଳନା ନକରିବାକୁ ମଧ୍ୟ କହିଥିଲେ। ସୋ’ର ବିଷୟବସ୍ତୁ ଥିଲା 'ବ୍ୟାଡଆସ୍' ହେବା। ମୁଁ ସେହି ଅନୁଯାୟୀ ମୋର ଗେମ୍ ଖେଳିଥିଲି ଏବଂ ମୋତେ 'ବ୍ୟାଡଆସ୍' ଟ୍ୟାଗ୍ ବି ଦିଆଯାଇଥିଲା। ସବୁ ପରେ ବି ଶେଷ ମୂହୁର୍ତ୍ତରେ କଙ୍ଗନା ବିଜେତା ବଦଳାଇ ଦେଲେ। ସଲମାନଙ୍କ ଇଦ ପାର୍ଟିକୁ ଯାଇ କଙ୍ଗନା ତାଙ୍କ କହିବା ଅନୁସାରେ ଏଭଳି କରିଛନ୍ତି। 'ବିଗ୍ ବସ'ଠାରୁ ନିଜକୁ ଭିନ୍ନ କରିବାର ଲକ୍ଷ୍ୟ ନେଇ କଙ୍ଗନା ଆରମ୍ଭ କରିଥିବା ଏହି ସୋ’ ଏବେ ଛୋଟ 'ବିଗ୍ ବସ୍' ହୋଇ ରହିଯାଇଛି। କିଛି ଭିନ୍ନତା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe