ଝିଅକୁ ଦୁଷ୍କର୍ମର ଧମକ ମିଳିଥିବା ନେଇ ଅନୁରାଗ କରିଥିବା ଟୁଇଟ୍‌ ଉପରେ ଏଭଳି ପ୍ରତିକ୍ରିୟା ରଖିଲେ ପାୟଲ: କୌଣସି ବାପା ଏମିତି କରି ପାରେ କି?

Advertisment
ଝିଅକୁ ଦୁଷ୍କର୍ମର ଧମକ ମିଳିଥିବା ନେଇ ଅନୁରାଗ କରିଥିବା ଟୁଇଟ୍‌ ଉପରେ ଏଭଳି ପ୍ରତିକ୍ରିୟା ରଖିଲେ ପାୟଲ: କୌଣସି ବାପା ଏମିତି କରି ପାରେ କି?

jansatta.com

ମୁମ୍ବାଇ : ମେ’ ୨୩ତାରିଖରେ ୨୦୧୯ ଲୋକସଭା ନିର୍ବାଚନର ଫଳାଫଳର ଆସିବା ପରେ ବିପୁଳ ଭୋଟରେ ବିଜୟ ଲାଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କ ଜିତିବା ଖବର ଆସିବା ପରେ ଅନୁରାଗ କଶ୍ୟପ ମୋଦୀଙ୍କୁ ଶୁଭେଚ୍ଛା ଜଣାଇବା ସହ ମୋଦୀଙ୍କ ଜଣେ ସମର୍ଥକ ତାଙ୍କ ଝିଅକୁ ଦୁଷ୍କର୍ମର ଧମକ ଦେଇଥିବା ଲେଖି ଟୁଇଟ୍‌ କରିଥିଲେ ଅନୁରାଗ । ଏହା ସହ ଏଭଳି ପରିସ୍ଥିତି ସହ କିଭଳି ମୁକାବିଲା କରିବା ଦରକାର ସେ ମୋଦୀଙ୍କୁ ପଚାରିଥିଲେ । ଅନୁରାଗଙ୍କ ଏଭଳି ଟୁଇଟ୍‌ ଦେଖି ଏବେ ନିଜର ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ପାୟଲ ରୋହତଗୀ ।

ସେ ଟୁଇଟ୍‌ କରି କହିଛନ୍ତି, ମୋଦୀଙ୍କୁ ନେଇ ଲୋକମାନଙ୍କ ମନରେ ଘୃଣାଭାବ ସୃଷ୍ଟି କରିବା ପାଇଁ ନିଜ ଝିଅର ବ୍ୟବହାର କରନ୍ତୁ ନାହିଁ । ନେଟ୍‌ଫ୍ଲିକ୍ସରେ ଫିଲ୍ମ ତିଆରି କରୁଥିବା ଲୋକେ ନିଜ ମନରେ ଏତେ ଘୃଣାଭାବ ଭରି ସାରିଲେଣି, ଯାହାଦ୍ୱାରା ସେମାନେ ହିନ୍ଦୁ ଧର୍ମ ଏବଂ ମୋଦୀଜୀଙ୍କ ବିରୋଧରେ ମିଛ ପୋଷ୍ଟ କରିବା ଆରମ୍ଭ କରିଛନ୍ତି । କୌଣସି ବାପା କେବେ ଏମିତି କରି ପାରେ କି?

ସୂଚନା ମୁତାବକ, ଟୁଇଟ୍‌ରରେ ଚୌକିଦାର ରାମସାଙ୍ଘୀ ନାମକ ଜଣେ ଯୁବକ ଅନୁରାଗଙ୍କ ଝିଅକୁ ମେସେଜ କରି ଦୁଷ୍କର୍ମ କରିବାର ଧମକ ଦେଇଥିଲେ, ଯାହାର ସ୍କ୍ରିନ୍‌ସଟ୍‌ ନେଇ ଅନୁରାଗ କଶ୍ୟପ ଟୁଇଟ୍‌ କରିବା ସହ, "ସାର୍‌ ଆମକୁ ଟିକେ କୁହନ୍ତୁ, ଏଭଳି ଯୁବକମାନଙ୍କର ସାମ୍ନା ଆମେ କେମିତି କରିବୁ । ଯେଉଁମାନେ ମୋ ଝିଅକୁ ଦୁଷ୍କର୍ମ କରିବାର ଧମକ ଦେଇ ଆପଣଙ୍କ ଐତିହାସିକ ସଫଳତାକୁ ପାଳନ କରୁଛନ୍ତି" ବୋଲି ଲେଖିଥିଲେ ଅନୁରାଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe