ଡେଟିଂ ଆପ୍‌ର ବିକଳ୍ପ ପିଅର୍ ମୁଦି!

Advertisment

ଚାଲିଛି ବିଶ୍ବର ସର୍ବବୃହତ୍‌ ସାମାଜିକ ପରୀକ୍ଷଣ

ଚାଲିଛି ବିଶ୍ବର ସର୍ବବୃହତ୍‌ ସାମାଜିକ ପରୀକ୍ଷଣ

ଡେଟିଂ ଆପ୍‌ର ବିକଳ୍ପ ପିଅର୍ ମୁଦି!

representational immage- Glamour UK

ଆଜିକାଲି ଜୀବନସାଥୀ ଖୋଜୁଥିବା ଲୋକମାନେ ଡେଟିଂ ଆପ୍‌ର ବହୁଳ ବ୍ୟବହାର କରୁଛନ୍ତି। ତେବେ ଡେଟିଂ ଆପ୍‌ର ଦୁରୁପଯୋଗ ହେତୁ ଠକେଇ, ଉତ୍ପୀଡ଼ନା ଓ ପ୍ରତାରଣା ଆଦିର ଆଶଙ୍କା ରହିଥାଏ। ଏହିସବୁ ଅପ୍ରୀତିକର ପରିସ୍ଥିତିକୁ ଦୂର କରିବା ତଥା ଡେଟିଂ ଆପ୍‌ରେ ଖର୍ଚ୍ଚାନ୍ତ ହେବା ବିନା ସିଧାସଳଖ ସମ୍ପର୍କ ସ୍ଥାପନର ବିକଳ୍ପ ଭାବେ କାନାଡାର ଏକ କମ୍ପାନି ଅଭିନବ ପ୍ରୟାସ ଆରମ୍ଭ କରିଛି। ଏହାକୁ ବିଶ୍ବର ସର୍ବବୃହତ୍‌ ସାମାଜିକ ପରୀକ୍ଷଣ ବୋଲି କୁହାଯାଉଛି। ଉକ୍ତ କମ୍ପାନି ‘ପିଅର୍‌ ରିଂ’ ନାମକ ଏକ ସ୍ବତନ୍ତ୍ର ଧରଣର ମୁଦି ପ୍ରଚଳନ କରିଛି ଯାହା ନିର୍ବନ୍ଧ ମୁଦିର ଠିକ୍‌ ବିପରୀତ ଭୂମିକା ତୁଲାଉଛି।

publive-image representational immage- East Bay Express

ଅର୍ଥାତ୍‌ ଏହାକୁ ଜଣେ ପୁରୁଷ ବା ମହିଳା ପରିଧାନ କରି ନିଜେ ସଂପୂର୍ଣ୍ଣ ଏକୁଟିଆ ବୋଲି ଅନ୍ୟମାନଙ୍କୁ ସୂଚେଇପାରିବେ। ଏହା ଦ୍ବାରା ଜଣେ ନିଃସଙ୍ଗ ବ୍ୟକ୍ତି ଆଖପାଖରେ ରହୁଥିବା ନୂଆ ନୂଆ ଅନୁରୂପ ପୁରୁଷ ବା ମହିଳାଙ୍କ ସଂସ୍ପର୍ଶରେ ବିନା ଦ୍ବିଧାରେ ଆସିପାରିବ ବୋଲି ଆଶା କରାଯାଉଛି। ଈଷତ୍‌ ସବୁଜ ରଙ୍ଗର ଏହି ମୁଦି ପିନ୍ଧିଥିବା ବ୍ୟକ୍ତି ଜଣକ ବନ୍ଧୁତା-ଆଶାୟୀ ବୋଲି ଜଣେ ନିଶ୍ଚିତ ହୋଇ ତା’ ସହ କଥାବାର୍ତ୍ତା କରିପାରିବେ। ଏ ପ୍ରକାର ଧାରଣା ଏକ ନୂତନ ସାମାଜିକ ସଂଯୋଗ ସୃଷ୍ଟି କରିବ ବୋଲି କମ୍ପାନି ଦାବି କରିଛି। ‘ପିଅର୍ ରିଂ’ ୱେବ୍‌ସାଇଟ୍‌ରେ ୨୧୦୦ ଟଙ୍କା ଦେଇ ଏହି ମୁଦି କିଣିହେବ। ଏହା ଏତେ ଗ୍ରହଣୀୟ ହେବାରେ ଲାଗିଛି ଯେ କମ୍ପାନି ପକ୍ଷରୁ ପ୍ରାରମ୍ଭିକ ଭାବେ ଉତ୍ପାଦନ କରାଯାଇଥିବା ମୋଟ ମୁଦିର ୯୧ ପ୍ରତିଶତ ବିକ୍ରି ହୋଇସାରିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe