ସନ୍ନିଙ୍କୁ ଟପିଗଲେ ପ୍ରିୟା ପ୍ରକାଶ, ଜାଣନ୍ତୁ କେଉଁ କ୍ଷେତ୍ରରେ

ସନ୍ନିଙ୍କୁ ଟପିଗଲେ ପ୍ରିୟା ପ୍ରକାଶ, ଜାଣନ୍ତୁ କେଉଁ କ୍ଷେତ୍ରରେ

ନୂଆଦିଲ୍ଲୀ: ଲୋକପ୍ରିୟତାର କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନାହିଁ। ଯେକୌଣସି ମୁହୂର୍ତ୍ତରେ ବି ଜଣକର ଲୋକପ୍ରିୟତା ଆଉ ଜଣଙ୍କ ଆଗରେ ଦବି ଯାଇପାରେ। ଗତକାଲି ପର୍ଯ୍ୟନ୍ତ ଲୋକପ୍ରିୟତାର ଶୀର୍ଷରେ ଥିଲେ ସୁନ୍ଦରୀ ସନ୍ନି ଲିଓନ୍‌। ମାତ୍ର ଚୁଲବୁଲି ପ୍ରିୟାଙ୍କର ଗୋଟାଏ ଆଖିମରା ଭିଡିଓ ଇଣ୍ଟର୍‌ନେଟ୍‌ରେ ଭାଇରାଲ ହେବା ପରେ ଫିକା ପଡ଼ିଗଲେ ସନ୍ନି। ଗୋଟାଏ ଦିନରେ ସନ୍ନିଙ୍କୁ ଟପିଲେ ମାଲାୟଲମ ଅଭିନେତ୍ରୀ ପ୍ରିୟା। ଏଠାରେ ଜାଣାଇ ଦେଉଛୁ ଯେ ଗତକାଲି ପର୍ଯ୍ୟନ୍ତ ଗୁଗୁଲ୍‌ରେ ଲୋକେ ସବୁଠାରୁ ଅଧିକ ସେକ୍ସି ସନ୍ନିଙ୍କୁ ସର୍ଚ୍ଚ କରୁଥିଲେ। ମାତ୍ର କାଲି ଗୋଟାଏ ଦିନ ମଧ୍ୟରେ ସର୍ଚ୍ଚର ଶୀର୍ଷରେ ଅଛନ୍ତି ସୁଇଟ୍‌ ପ୍ରିୟା ପ୍ରକାଶ ଭାରିୟର୍‌।

publive-image

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଗୁଗୁଲ୍‌ ସର୍ଚ୍ଚରେ ପ୍ରଥମେ ଥିଲେ ସନ୍ନି ଲିଓନ। ତାପରକୁ ଥିଲେ କ୍ୟାଟ୍ରିନା କୈଫ୍‌, ଅନୁଷ୍କା ଶର୍ମା ଏବଂ ଦୀପିକା ପାଦୁକୋନ୍‌। ଗତକାଲି ପରଠାରୁ ଶୀର୍ଷରେ ରହିଛନ୍ତି ପ୍ରିୟା। ତାପରକୁ ସନ୍ନି, କ୍ୟାଟ୍‌, ଅନୁଷ୍କା ଏବଂ ଦୀପିକା। ଗୁଗୁଲ୍‌ ପକ୍ଷରୁ ପ୍ରକାଶ ପାଇଥିବା ଚାର୍ଟଟି ପ୍ରକାଶ କରାଯାଇଛି।

publive-image

ଗତକାଲିଠାରୁ ଇଣ୍ଟରନେଟ୍‌ରେ ଛାଇ ଯାଇଥିବା ଭିଡିଓଟିରେ ଦେଖିବାକୁ ମିଳୁଥିବା ପ୍ରିୟା ହେଉଛନ୍ତି କେରଳର ଝିଅ। ମାଲାୟଲମ୍‌ ଚଳଚ୍ଚିତ୍ର ‘ଓରୁ ଆଦାର ଲଭ୍‌’ର ଏକ ଗୀତରେ ପ୍ରିୟା ଖୁବ୍‌ କୌତୁକିଆ ଭାବେ ଆଖି ମାରୁଥିବା ଦୃଶ୍ୟଟି ଅନେକଙ୍କୁ ଆକର୍ଷିତ କରିଛି। ପ୍ରିୟାଙ୍କର ସେହି କୌତୁକିଆ ଅନ୍ଦାଜ ପାଇଁ ସେ ରାତାରାତି ଇଣ୍ଟର୍‌ନେଟ୍‌ର ଜଣେ ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe