ଫିଲ୍ମ 'ଆରଆରଆର'ର ସୁଟିଂରେ ପ୍ରତିଦିନ ଖର୍ଚ୍ଚ ହେଉଥିଲା ଏତିକି ଲକ୍ଷ ଟଙ୍କା !

ଫିଲ୍ମ 'ଆରଆରଆର'ର ସୁଟିଂରେ ପ୍ରତିଦିନ ଖର୍ଚ୍ଚ ହେଉଥିଲା ଏତିକି ଲକ୍ଷ ଟଙ୍କା !

India Today

ମୁମ୍ବାଇ: ନିର୍ଦ୍ଦେଶକ ଏସଏସ ରାଜାମୌଲି ଏବେ ନିଜର ଫିଲ୍ମ 'ଆରଆରଆର'କୁ ନେଇ ଚର୍ଚ୍ଚାରେ ରହିଛନ୍ତ। ଫିଲ୍ମ ବାହୁବଲୀ ପରେ ଏବେ ସେ ପୁଣି ଏକ ବଡ଼ ବଜେଟର ଫିଲ୍ମ ନିର୍ମାଣ କରିଛନ୍ତି। ଫିଲ୍ମରେ ସାଉଥ ସୁପରଷ୍ଟାର ରାମଚରଣ, ଜେଆର.ଏନଟିଆର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ଥିବା ବେଳେ ଅଭିନେତା ଅଜୟ ଦେବଗନ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି। ତେବେ ୪୦୦କୋଟି ବ୍ୟ‌ୟରେ ନିର୍ମାଣ ହୋଇଥିବା ଏହି ଫିଲ୍ମର ସୁଟିଂ ପାଇଁ ପ୍ରତିଦିନ କେତେ ଟଙ୍କା ଖର୍ଚ୍ଚ ହୋଇଥିଲା ଆପଣ ଜାଣିଛନ୍ତି କି?

RRR to Get Postponed Due to Rise in Covid Cases? SS Rajamouli Makes Big  Announcement news18

ସୂଚନା ମୁତାବକ, ବଡ଼ ବଡ଼ କଳାକାରମାନଙ୍କୁ ନେଇ ନିର୍ମାଣ ହୋଇଥିବା ଆରଆରଆରର ସୁଟିଂ ପାଇଁ ପ୍ରତିଦିନ ୭୫ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲା। ତେବେ ଫିଲ୍ମର ଟ୍ରେଲର ପୂର୍ବରୁ ରିଲିଜ ହୋଇସାରିଥିବା ବେଳେ ତାହା ଦର୍ଶକଙ୍କ ମନକୁ ଛୁଇଁଛି। ଟ୍ରେଲର ହିଟ୍ ହୋଇଥିବା ବେଳେ ଏବେ ଫିଲ୍ମକୁ ଅପେକ୍ଷା କରିଛନ୍ତି ଲୋକେ। ଏହି ଚଳଚ୍ଚିତ୍ରର କାହାଣୀ ଦୁଇ ତେଲୁଗୁ ସ୍ୱାଧୀନତା ସଂଗ୍ରାମୀ ଅଲୁରି ସୀତାରାମ ରାଜୁ ଏବଂ କୋମରାମ ଭୀମଙ୍କ ଜୀବନୀ ଉପରେ ଆଧାରିତ। ଏହି ଚଳଚ୍ଚିତ୍ରରେ ​​ ସ୍ୱାଧୀନତା ସଂଗ୍ରାମୀଙ୍କ ବନ୍ଧୁତା, ପ୍ରତାରଣା ଏବଂ ଦେଶପ୍ରେମ ଦେଖିବାକୁ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe