ସଲମାନଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତକୁ ଠାବ କଲା ପୁଲିସ

tasalman

ମୁମ୍ବାଇ: ବଲିଉଡର ସିକନ୍ଦର ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କଲା ପୁଲିସ। ଅଭିଯୁକ୍ତ ଗୁଜରାଟର ଭଦୋଦରା ଜିଲ୍ଲାର ୱାଘୋଡିଆ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି। ପୁଲିସର କହିବା ଅନୁଯାୟୀ, ଧମକ ଦେଇଥିବା ବ୍ୟକ୍ତି ମାନସିକ ରୋଗୀ ଏବଂ ତାଙ୍କୁ ପଚରାଉଚରା ପାଇଁ ନୋଟିସ ପଠାଯାଇଛି। ଏଫଆଇଆର ଦାଖଲ କରିବାର ୨୪ଘଣ୍ଟା ମଧ୍ୟରେ, ପୁଲିସ ଭଦୋଦରାରୁ ମେସେଜ ପଠାଇଥିବା ବ୍ୟକ୍ତିଙ୍କୁ ଖୋଜି ପାଇଥିବା ଜଣାଯାଇଛି। ପୁଲିସ କହିଛି ଯେ, ୨୬ ବର୍ଷୀୟ ଯୁବକଙ୍କ ନାମ ମୟଙ୍କ ପାଣ୍ଡ୍ୟା, ଯିଏ ଭଦୋଦରାର ୱାଘୋଡିଆ ତାଲୁକାର ଏକ ଗାଁର ବାସିନ୍ଦା, ଯିଏ ଜଣେ ମାନସିକ ରୋଗୀ।

ଉଲ୍ଲେଖଯାଗ୍ୟ, ସୋମବାର ଦିନ ୱର୍ଲିର ପରିବହନ ବିଭାଗର ନମ୍ବରକୁ ଏକ ଧମକ ଆସିଥିଲା, ଯେଉଁଥିରେ ଜଣେ ଅଜଣା ବ୍ୟକ୍ତି ଅଭିନେତାଙ୍କୁ ହତ୍ୟା କରିବାକୁ ଏବଂ ତାଙ୍କ କାରକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦେଇଥିଲେ। ଅଭିନେତାଙ୍କୁ ଧମକ ମିଳିବା ପରେ, ୱର୍ଲି ପୁଲିସ ଷ୍ଟେସନରେ ଜଣେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା ଏବଂ ଅଭିନେତାଙ୍କ ଗାଲାକ୍ସି ଆପାର୍ଟମେଣ୍ଟରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଥିଲା।

ଭଦୋଦରା ଜିଲ୍ଲା ପୂଲିସ ଏସପି ରୋହନ ଆନନ୍ଦ କହିଛନ୍ତି, 'ତଦନ୍ତ ପରେ ଆମେ ମୟଙ୍କ ପାଣ୍ଡ୍ୟାଙ୍କୁ ଟ୍ରାକ୍ କରିଥିଲୁ। ଯେହେତୁ ସେ ମାନସିକ ରୋଗର ଚିକିତ୍ସା କରୁଛନ୍ତି, ତେଣୁ ଆମେ ତାଙ୍କୁ ଏକ ନୋଟିସ ପଠାଇ ତଦନ୍ତରେ ଯୋଗଦେବାକୁ କହିଛୁ।'

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe