ପୁଣି ଥରେ ପୋଷାକ ଖୋଲି ଫଟୋସୁଟ କରିବାକୁ ରଣବୀରଙ୍କୁ ଅନୁରୋଧ କଲା ଏହି ସଂଗଠନ

ପୁଣି ଥରେ ପୋଷାକ ଖୋଲି ଫଟୋସୁଟ କରିବାକୁ ରଣବୀରଙ୍କୁ ଅନୁରୋଧ କଲା ଏହି ସଂଗଠନ

ମୁମ୍ବାଇ: ଲୋକପ୍ରିୟ ଫେସନ୍‌ ପତ୍ରିକା ପେପର୍‌ ମାଗାଜିନ୍‌ ପାଇଁ ଅଭିନେତା ରଣବୀର ସିଂହ କରିଥିବା ନଗ୍ନ ଫଟୋସୁଟ୍‌ ପାଇଁ ଚର୍ଚ୍ଚା ଥମି ନଥିବାବେଳେ ଏବେ ପୁଣି ତାଙ୍କୁ ଏଭଳି କରିବାକୁ ଅଫର ମିଳିଛି | ପୂର୍ବରୁ ରଣବୀର ସିଂହ କରିଥିବା ନଗ୍ନ ଫଟୋସୁଟ୍‌ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ମହିଳାଙ୍କ ଭାବନାକୁ ଆଘାତ ହେଇଥିବା ଅଭିଯୋଗରେ ମୁମ୍ବାଇ ପୁଲିସ୍ ଅଭିନେତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଯଦିଓ ରଣଵୀର ଏହି ସମଗ୍ର ବିବାଦକୁ ନେଇ ନିରବ ରହିଥିବା ବେଳେ ବର୍ତ୍ତମାନ ପୁଣି ଏକ ନଗ୍ନ ଫଟୋସୁଟ୍ କରିବାକୁ ପ୍ରସ୍ତାବ ଆସିଛି | ଏଥର ଏହି ଫଟୋସୁଟ କୌଣସି ପତ୍ରିକା ପାଇଁ ନୁହେଁ ବରଂ ଏକ ସଂସ୍ଥା ପାଇଁ |

ପିପୁଲ ଫର ଦି ଏଥିକାଲ ଟ୍ରିଟମେଣ୍ଟ ଅଫ ଆନିମଲସ୍ (PETA) ପକ୍ଷରୁ ରଣବୀରଙ୍କୁ ଏକ ନଗ୍ନ ଫଟୋସୁଟ୍ କରିବାକୁ ଅନୁରୋଧ କରାଯାଇଛି | ରଣବୀର ସିଂଙ୍କୁ ଅନୁରୋଧ କରି ପେଟା ଏକ ଚିଠି ଲେଖିଛି। 'ପେଟା'ର ଏହି ଚିଠି ସୋସିଆଲ ମିଡିଆରେ ମଧ୍ୟ ବହୁତ ଭାଇରାଲ ହେବାରେ ଲାଗିଛି | ଏହି ଚିଠିରେ ଲେଖାଯାଇଛି ଯେ "ପେପର ମାଗାଜିନ ପାଇଁ ଆପଣଙ୍କର ଫଟୋସୁଟ ଆମେ ଦେଖିଛୁ |

ଆମେ ମଧ୍ୟ ଆଶା କରୁଛୁ ଆପଣ ଆମ ପାଇଁ ପ୍ୟାଣ୍ଟ ଖୋଲିବେ | ପଶୁମାନଙ୍କ ପ୍ରତି ଭଲପାଇବାକୁ ପ୍ରୋତ୍ସାହନ କରିବାକୁ ଆପଣ ପେଟା ପାଇଁ ନଗ୍ନ ହୋଇପାରିବେ କି? ଉଦାହରଣ ସ୍ୱରୂପ, ଆମେ ପାମେଲା ଆଣ୍ଡରସନଙ୍କ ଏକ ଫଟୋ ସଂଲଗ୍ନ କରିଛୁ। "ତେବେ ରଣବୀରଙ୍କ ପ୍ରତିକ୍ରିୟା କଣ ହେବ, ତାହା ତା ସମୟ ହିଁ କହିବ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe