ମୁମ୍ବାଇ: ସେପ୍ଟେମ୍ବର ୮ରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ ଅଭିନେତ୍ରୀ ଦୀପିକା ପାଦୁକୋନ। ପ୍ରସବ ପରେ ଡାକ୍ତରଖାନାରେ ୭ଦିନ ରହିବା ପରେ ସେପ୍ଟେମ୍ବର ୧୫ରେ ସେ ଘରକୁ ଫେରିଥିଲେ। ଘରୁ ଫେରିବା ସମୟର କିଛି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦୀପିକା ନିଜ ଝିଅକୁ କୋଳରେ ଧରି କାରରେ ବସିଥିବା ଦେଖିବାକୁ ମିଳିଛି।
/sambad/media/post_attachments/f2f5ab1d544cda4a14f149a555c3a87d1c2989c79039897274a8bcab8192f765.jpeg?impolicy=website&width=0&height=0)
ଯେଉଁ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ସେଥିରେ ଦୀପିକା ଓ ରଣବୀର କାରର ପଛ ସିଟରେ ବସିିଥିବା ଦେଖିବାକୁ ମିଳିଛି। ଦୀପିକା କୋଳରେ ଝିଅକୁ ଧରିଥିବା ବେଳେ ରଣବୀର ନିଜ ଝିଅକୁ ଦେଖୁଥିବା ଭାଇରାଲ ଫଟୋରେ ଦେଖାଯାଇଛି। ତେବେ ଦୁହେଁ ଝିଅର ନାମ କ’ଣ ରଖିଛନ୍ତି, ତାହାର ଖୁଲାସା ଏପର୍ଯ୍ୟନ୍ତ କରିନାହାନ୍ତି।
/sambad/media/post_attachments/00a5482479c28a56219e550d36fa1381b59e3bd1e78bf79fb412b6a3c9636e20.jpeg?impolicy=website&width=0&height=0)
ଏହା ପୂର୍ବରୁ ଦୀପିକାଙ୍କ ପ୍ରସବ ସେପ୍ଟେମ୍ବର ୨୮, ୨୦୨୪ରେ ଦକ୍ଷିଣ ବମ୍ବେର ଏକ ଡାକ୍ତରଖାନାରେ ହେବାର ସମ୍ଭାବନା ରହିଥିବା ନେଇ ଚର୍ଚ୍ଚା ହୋଇଥିଲା | ଏହି ତାରିଖ ସାମ୍ନାକୁ ଆସିବା ପରେ ଜଣାପଡ଼ିଥିଲା ଯେ, ବଲିଉଡ ଅଭିନେତା ରଣବୀର କପୁରଙ୍କ ଜନ୍ମ ମଧ୍ୟ ସେପ୍ଟେମ୍ବର ୨୮ରେ ହୋଇଥିଲେ। ରଣବୀର, ଦୀପିକାଙ୍କ ପୂର୍ବ ପ୍ରେମିକ ହୋଇଥିବାରୁ ତାଙ୍କ ଜନ୍ମଦିନରେ ଦୀପିକାଙ୍କ ପ୍ରସବ ହେବା ଏକ ସଂଯୋଗ ବୋଲି ଲୋକେ ଦାବି କରିଥିଲେ। କିନ୍ତୁ ସେପ୍ଟେମ୍ବର ୨୮ ପରିବର୍ତ୍ତେ ସେପ୍ଟେମ୍ବର ୮ରେ ଦୀପିକାଙ୍କ ପ୍ରସବ ହୋଇଥିଲା।
/sambad/media/post_attachments/e50e1253107b5465d920740ea17b193063ad730eb3093746e540123e5e76498f.jpeg?impolicy=website&width=0&height=0)
Follow Us