ପ୍ରଶଂସକଙ୍କ ମେଳରେ ଜନ୍ମଦିନ ମନାଇଲେ ଜନ୍‌, କେକ୍‌ କାଟିଲେ ଓ ଉପହାର ଆକାରରେ ବଲ୍‌ ପାଇଲେ

Advertisment
ପ୍ରଶଂସକଙ୍କ ମେଳରେ ଜନ୍ମଦିନ ମନାଇଲେ ଜନ୍‌, କେକ୍‌ କାଟିଲେ ଓ ଉପହାର ଆକାରରେ ବଲ୍‌ ପାଇଲେ

https://www.timesnownews.com/

ମୁମ୍ବାଇ: ୧୭ ଡିସେମ୍ବର ବଲିଉଡ୍‌ ଷ୍ଟାର୍‌ ଜନ୍‌ ଆବ୍ରାହମ୍‌ଙ୍କ ଜନ୍ମଦିନ। ସୋସିଆଲ୍‌ ମିିଡିଆରେ ତାଙ୍କୁ ତାଙ୍କର ପ୍ରଶଂସକମାନଙ୍କ ନିକଟରୁ ହଜାର ହଜାର ଶୁଭେଚ୍ଛା ବାର୍ତ୍ତା ମିଳିଛି। ଜନ୍‌ ମଧ୍ୟ ନିଜ ପ୍ରଶଂସକଙ୍କ ମନ ଖୁସି କରାଇବାରେ କିଛି କମ୍‌ ନୁହଁନ୍ତି। ଜାଣିବାକୁ ମିଳିଛି ଯେ ସେ ତାଙ୍କ ପ୍ରଶଂସକଙ୍କ ମନ ରଖିବା ପାଇଁ ସେମାନଙ୍କ ସହ ନିଜର ଏଭଳି ଏକ ସ୍ବତନ୍ତ୍ର ଦିନକୁ ବିତାଇଛନ୍ତି। ଜନ୍‌ ତାଙ୍କ ପ୍ରଶଂସକଙ୍କ ମେଳରେ କେକ୍‌ କାଟି ନିଜ ଜନ୍ମଦିନ ମନାଉଥିବାର ଏକ ଫଟୋ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

View this post on Instagram

Fans celebrate their fav star #JohnAbraham birthday today at his office in Mumbai #HappyBirthday @thejohnabraham #ManavManglani

A post shared by Manav Manglani (@manav.manglani) on

ଜନ୍‌ କାଟିଥିବା କେକ୍‌ରେ ୨୦୧୮ ମସିହାରେ ରିଲିଜ୍‌ ହୋଇଥିବା ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ସତ୍ୟମେବ୍‌ ଜୟତେ’ର ଫଟୋ ଦେଖିବାକୁ ମିଳିଛି। ଜନ୍‌ଙ୍କର ପ୍ରଶଂସକମାନେ ତାଙ୍କୁ ବଲ୍‌, ପାରମ୍ପରିକ ହ୍ୟାଟ୍‌ ଆଦି ଉପହାର ଆକାରରେ ଦେଇଛନ୍ତି।

ଜନ୍‌ ତାଙ୍କ ଅଫିସ୍‌ ସାମ୍ନାରେ ଧଳା ରଂଗର ଟି-ସାର୍ଟ ଉପରେ ନୀଳ ରଂଗର ଜ୍ୟାକେଟ୍‌ ଓ ନୀଳ ରଂଗର ଜିନ୍ସ ପ୍ୟାଣ୍ଟ୍‌ ପିନ୍ଧି ପ୍ରଶଂସକଙ୍କ ସହ ମଜାମସ୍ତି କରୁଥିବାର ଦେଖିବାକୁ ମିଳିଛନ୍ତି। ଜନ୍‌ କେକ୍‌ କାଟି ପ୍ରଶଂସକମାନଙ୍କୁ ଖୁଆଇଛନ୍ତି ଓ ପ୍ରଶଂସକମାନେ ମଧ୍ୟ ଜନ୍‌ଙ୍କ ପାଇଁ ଜନ୍ମଦିନ ଗୀତ ଗାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe