ମୁମ୍ବାଇ: ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବେ ବଲିଉଡର ଚର୍ଚ୍ଚିତ ଯୋଡ଼ି ଅଭିନେତ୍ରୀ ପତ୍ରଲେଖା ଓ ଅଭିନେତା ରାଜକୁମାର ରାଓ। ଚଣ୍ଡିଗଡ଼ରେ ଦୁହିଁଙ୍କର ନିର୍ବନ୍ଧ ଶେଷ ହୋଇଥିବା ବେଳେ ବିବାହର ବିଭିନ୍ନ କାର୍ଯ୍ୟକ୍ରମ ଶୀଘ୍ର ଆରମ୍ଭ ହେବ ବୋଲି ଜଣାପଡ଼ିଛି। ନିର୍ବନ୍ଧର କିଛି ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିବା ବେଳେ ଦୁହେଁ ଧଳା ରଙ୍ଗର ପୋଷାକ ପିନ୍ଧିଥିବା ଦେଖାଯାଇଛି।
ବଲିଉଡର କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ଫାରହା ଖାନ ଏବଂ ଅଭିନେତା ସାକିବ୍ ସଲିମ ଦୁହିଁଙ୍କ ନିର୍ବନ୍ଧରେ ଯୋଗ ଦେଇଥିବା ଦେଖାଯାଇଛି। ତେବେ ଆଗକୁ ବିବାହ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଥିବା ବେଳେ ରାଜକୁମାର ପତ୍ରଲେଖାଙ୍କୁ ସ୍ବତନ୍ତ୍ର ଉପହାର ଦେବେ ବୋଲି ଜଣାପଡ଼ିଛି। ରାଜକୁମାର ଗତ କିଛି ବର୍ଷ ମଧ୍ୟରେ ପତ୍ରଲେଖାଙ୍କ ପାଇଁ ଅନେକ ଚିଠି ଲେଖିଥିଲେ ବି ତାଙ୍କୁ ଦେଇପାରିନଥିଲେ। ଏବେ ନିଜ ବିବାହ ଦିନ ସେ ସେହି ସବୁ ଚିଠିକୁ ପତ୍ରଲେଖାଙ୍କୁ ଉପହାର ଆକାରରେ ଦେବେ ବୋଲି ଜଣାପଡ଼ିଛି।
View this post on Instagram
ଉଲ୍ଲେଖଯୋଗ୍ୟ, ୨୦୧୪ରେ ରିଲିଜ ହୋଇଥିବା ଫିଲ୍ମ ସିଟି ଲାଇଟସରେ ଦୁହେଁ ଅଭିନୟ କରିଥିବା ବେଳେ ଏହି ଫିଲ୍ମ ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଳା।
Follow Us