ଦିଗପହଣ୍ଡିର ଏହି ବୋହୂ ଦରକାର ପଡ଼ିଲେ ଅନ୍ୟାୟ ବିରୋଧରେ ଝାନସୀ ରାଣୀ ଭଳି ଲଢ଼େଇ କରିବ: ପିଙ୍କି ପ୍ରଧାନ

ଦିଗପହଣ୍ଡିର ଏହି ବୋହୂ ଦରକାର ପଡ଼ିଲେ ଅନ୍ୟାୟ ବିରୋଧରେ ଝାନସୀ ରାଣୀ ଭଳି ଲଢ଼େଇ କରିବ: ପିଙ୍କି ପ୍ରଧାନ

ଭୁବନେଶ୍ୱର: ‘ମୁଁ ଜଣେ ନାରୀ। ଓଢ଼ଣା ପକେଇ ରୋଷେଇ ବା ପୂଜା କରିପାରେ। ତେବେ ଦରକାର ପଡ଼ିଲେ ଅନ୍ୟାୟ ବିରୁଦ୍ଧରେ ଶାଢ଼ି କାନି ଅଣ୍ଟାରେ ବାନ୍ଧି ଝାନସୀ ରାଣୀଙ୍କ ଭଳି ଲଢେଇ କରିପାରେ।’

ଏହା କହିଛନ୍ତି ,‘ଦିଗପହଣ୍ଡିର ବୋହୂ’ ପିଙ୍କି ପ୍ରଧାନ। ଚଳଚ୍ଚିତ୍ର ଅଭିନେତ୍ରୀ ପିଙ୍କିଙ୍କୁ ଭାରତୀୟ ଜନତା ପାର୍ଟି ଟିକେଟରେ ଏଥର ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି। ବିପକ୍ଷରେ ଲଢୁଛନ୍ତି ପୁରୁଖା ରାଜନେତା ତଥା ଯୋଗାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର।

publive-image Twitter

ସକାଳୁ ସକାଳୁ ପିଙ୍କି ବେଶ୍‌ ଉତ୍ସାହର ସହିତ ନିର୍ବାଚନ ପ୍ରଚାରରେ ବାହାରି ପଡୁଛନ୍ତି। ଦିଗପହଣ୍ଡିର ଜନସାଧାରଣ ତାଙ୍କୁ ନିଜ ଅଂଚଳର ବୋହୂ ଭାବେ ଗ୍ରହଣ କରୁଛନ୍ତି ବୋଲି ସେ କହିଛନ୍ତି। ‘ସେମାନେ କହୁଛନ୍ତି ବିକାଶକୁ ଭୋଟ ଦେବେ। ମୁଁ ବିକାଶର ସୂତ୍ର ଧରି ଆସିଛି’ ବୋଲି କହନ୍ତି ଅଭିନେତ୍ରୀରୁ ରାଜନେତ୍ରୀ ପାଲଟିଥିବା ପିଙ୍କି। ଭୋଟ ପାଇଲେ ସେ ନାରୀମାନଙ୍କର ସ୍ୱାଭିମାନ ପାଇଁ ଲଢ଼େଇକୁ ଆଗେଇ ନେବେ ବୋଲି ପିଙ୍କି କହିଛନ୍ତି।

ଗଂଜାମ ଜିଲ୍ଲା ହେଉଛି ଶାସକ ଦଳ ବିଜେଡିର ଗଡ଼। ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ଜିଲ୍ଲା। ଏହି ଜିଲ୍ଲାରୁ ସର୍ବାଧିକ ସଂଖ୍ୟକ ବିଜେଡ଼ି ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ତା’ସାଂଗକୁ ବିଜେଡ଼ିର ପୁରୁଖା ନେତା ସୂର୍ଯ୍ୟ ନାରାୟଣ ପାତ୍ର ତାଙ୍କର ପ୍ରତିଦ୍ୱନ୍ଦ୍ୱୀ। ଏହାକୁ କିପରି ଆପଣ ପ୍ରତିହତ କରୁଛନ୍ତି?‘ଲୋକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନା ଶୁଣିଲେ ବିକାଶ କଥା ବୁଝୁଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ସହିତ ଦୁର୍ନୀତିକୁ ଯୋଡ଼ୁଛନ୍ତି’ ବୋଲି କହନ୍ତି ଏହି ଭାଜପା ପ୍ରାର୍ଥୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe