ସୁକେଶ-ଜାକଲିନଙ୍କ ବନ୍ଧୁତା କରାଇଥିବା ପିଙ୍କି ଇରାନୀକୁ ଗିରଫ କଲା ଇଓଡବ୍ଲୁ

Advertisment
ସୁକେଶ-ଜାକଲିନଙ୍କ ବନ୍ଧୁତା କରାଇଥିବା ପିଙ୍କି ଇରାନୀକୁ ଗିରଫ କଲା ଇଓଡବ୍ଲୁ

ମୁମ୍ବାଇ: ୨୦୦ କୋଟିରୁ ଅଧିକ ଟଙ୍କା ଠକିଥିବା ଏବଂ ଅଭିନେତ୍ରୀମାନଙ୍କୁ ମହଙ୍ଗା ଉପହାର ଦେଇଥିବା ସୁକେଶ ଚନ୍ଦ୍ରଶେଖର ଏବେ ନିଜ ବନ୍ଧୁମାନଙ୍କ ପାଇଁ ଅଭିଶାପ ପାଲଟିଛନ୍ତି। ଅର୍ଥ ହେରଫେର ମାମଲାରେ ସୁକେଶ ଜେଲରେ ଥିବା ବେଳେ ବଲିଉଡ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଡିଜ୍ ଓ ଇଭେଣ୍ଟ ମ୍ୟାନେଜର ପିଙ୍କି ଇରାନୀଙ୍କୁ ତଦନ୍ତର ପରିସରଭୁକ୍ତ କରାଯାଇଥିଲା। ଏବେ ଏହି ମାମଲାରେ ଅର୍ଥନୈତିକ ଅପରାଧ ଶଖା(ଇଓଡବ୍ଲୁ) ଇଭେଣ୍ଟ ମ୍ୟାନେଜର ପିଙ୍କି ଇରାନୀଙ୍କୁ ଗିରଫ କରିଛି।

ସୂଚନା ମୁତାବକ, ପିଙ୍କି ଇରାନୀ ପେସାରେ ଇଭେଣ୍ଟ ମ୍ୟାନେଜର ଥିବା ବେଳେ ସୁକେଶଙ୍କ ଭଲ ବନ୍ଧୁଥିଲେ। ପିଙ୍କି ଜାକଲିନଙ୍କ ସମେତ ଅନ୍ୟ ଅଭିନେତ୍ରୀଙ୍କୁ ଆଣି ସୁକେଶଙ୍କ ସହ ଭେଟ କରାଉଥିଲେ। ଜାକଲିନ ଓ ସୁକେଶଙ୍କ ମଧ୍ୟରେ ପିଙ୍କି ବନ୍ଧୁତା କରାଇବା ସହ ସୁକେଶ ଦେଉଥିବା କୋଟି କୋଟି ଟଙ୍କାର ଉପହାର ଜାକଲିନଙ୍କୁ ଦେଉଥିଲେ ପିଙ୍କି।

ତେବେ ପଚରାଉଚରା ବେଳେ ଜାକଲିନ ପିଙ୍କିଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଥିଲେ, ଯାହା ପରେ ନଭେମ୍ବର ୨୫, ୨୦୨୧ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପିଙ୍କିଙ୍କୁ ମୁମ୍ବାଇର ଇଡି କାର୍ଯ୍ୟାଳୟକୁ ପଚରାଉଚରା ପାଇଁ ଡାକିଥିଲା। ତାଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରାଯାଇଥିଲା ଏବଂ ଡିସେମ୍ବର ୯, ୨୦୨୧ରେ ତାଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ପରେ ସେ ଜାମିନ ପାଇଥିଲେ। ହେ‌ଲେ ଆଜି ତାଙ୍କୁ ଏହି ମାମଲାରେ ଇଓଡବ୍ଲୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe