ଲୋକପ୍ରିୟ କଣ୍ଠଶିଳ୍ପୀ ଅତ୍ୟଧିକ ନିଦ ବଟିକା ଖାଇ ଜୀବନ ହାରିବାକୁ କରିଥିଲେ ଉଦ୍ୟମ

Advertisment

ଲୋକପ୍ରିୟ ତେଲୁଗୁ ଗାୟିକା କଳ୍ପନା ଅତ୍ୟଧିକ ନିଦ ବଟିକା ଖାଇ ଜୀବନ ହାରିବାକୁ ଚେଷ୍ଟା କରି ଗୁରୁତର ଅବସ୍ଥାରେ ହାଇଦ୍ରାବାଦର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ବିପଦମୁକ୍ତ ଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ।

Updated On

ଲୋକପ୍ରିୟ ତେଲୁଗୁ ଗାୟିକା କଳ୍ପନା ଅତ୍ୟଧିକ ନିଦ ବଟିକା ଖାଇ ଜୀବନ ହାରିବାକୁ ଚେଷ୍ଟା କରି ଗୁରୁତର ଅବସ୍ଥାରେ ହାଇଦ୍ରାବାଦର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ବିପଦମୁକ୍ତ ଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ।

ଅଦ୍ୟତନ ହୋଇଛି
ତକ୍ିକ୍

ନୂଆଦିଲ୍ଲୀ: ଲୋକପ୍ରିୟ ତେଲୁଗୁ ଗାୟିକା କଳ୍ପନା ଜୀବନ ହାରିବାକୁ ଚେଷ୍ଟା କରି ଗୁରୁତର ଅବସ୍ଥାରେ ହାଇଦ୍ରାବାଦର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ଗାୟିକା କଳ୍ପନା ହାଇଦ୍ରାବାଦର କେପିଏଚବି କଲୋନି ନିକଟସ୍ଥ ନିଜାମପେଟରେ ବସବାସ କରନ୍ତି। ଘର ନିକଟରେ ଥିବା ସୁରକ୍ଷା କର୍ମୀମାନେ କଳ୍ପନାଙ୍କ ଘରର ଦ୍ୱାର ଦୁଇଦିନ ଧରି ଖୋଲା ଯାଇ ନଥିବା ଦେଖି ସଂଘକୁ ଖବର ଦେଇଥିଲେ।

ସଂଘର ସଦସ୍ୟମାନେ ଓ ଗାୟିକାଙ୍କ ସ୍ବାମୀ କଳ୍ପନାଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଯୋଗାଯୋଗ ହୋଇ ପାରି ନଥିଲା।ସଙ୍ଗେସଙ୍ଗେ ସଂଘର ସଦସ୍ୟମାନେ ସନ୍ଦେହ କରି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ଘରୁ କଳ୍ପନାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା।  

କଳ୍ପନାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି। କଳ୍ପନାଙ୍କ ସ୍ୱାମୀ ଚେନ୍ନାଇରେ ବସବାସ କରୁଥିବା ବେଳେ ସ୍ତ୍ରୀଙ୍କୁ ଏଭଳି ଅବସ୍ଥା ବିଷୟ‌ରେ ଖବର ପାଇ ହାଇଦ୍ରାବାଦ ଫେରୁଛନ୍ତି। ତେବେ ଗାୟିକା କାହିଁକି ଅତ୍ୟଧିକ ନିଦ ବଟିକା ଖାଇ ଜୀବନ ହାରିବା ପାଇଁ ଉଦ୍ୟମ କରିଥିଲେ। ତାହାର କାରଣ ଖବର ଲେଖାହେଲା ପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

ତେବେ ଚିକିତ୍ସା ପରେ କଳ୍ପନା ବିପଦମୁକ୍ତ ଅଛନ୍ତି। କଳ୍ପନା ହସ୍ପିଟାଲରେ ଭର୍ତ୍ତି ହେବା ଖବର ପାଇବା ପରେ ଗାୟିକା ସୁନିତା ଏବଂ ଶ୍ରୀକୃଷ୍ଣ ହସ୍ପିଟାଲକୁ ଯାଇ ଡାକ୍ତରଙ୍କଠାରୁ କଳ୍ପନାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କ‌ରେ ପଚାରି ବୁଝିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe