ଚାରି ଦଶନ୍ଧିରେ ନାଟ୍ୟକାର ସୁଧାଂଶୁ

Advertisment

୧୯୮୨ ମସିହାରେ ଓଡ଼ିଶା ଅପେରା ପ୍ରଯୋଜିତ ନାଟକ ‘ଅସତ୍ୟ ଉପବନ’ରୁ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ ଜଲିଉଡ୍‌ର ଆଗଧାଡ଼ିର ନାଟ୍ୟକାର ସୁଧାଂଶୁ ନାୟକ। ଓଡ଼ିଶା ଯାତ୍ରା ମହୋତ୍ସବରେ ‘ଜେଜେ ତୁମେ ମିଛ କହିଲ’, ‘କାନ ମୋଡ଼ିଦେଲେ ସତ କହିବ’ ଓ ‘ଗୁରୁ ଦକ୍ଷିଣା’ ନାଟକ....

୧୯୮୨ ମସିହାରେ ଓଡ଼ିଶା ଅପେରା ପ୍ରଯୋଜିତ ନାଟକ ‘ଅସତ୍ୟ ଉପବନ’ରୁ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ ଜଲିଉଡ୍‌ର ଆଗଧାଡ଼ିର ନାଟ୍ୟକାର ସୁଧାଂଶୁ ନାୟକ। ଓଡ଼ିଶା ଯାତ୍ରା ମହୋତ୍ସବରେ ‘ଜେଜେ ତୁମେ ମିଛ କହିଲ’, ‘କାନ ମୋଡ଼ିଦେଲେ ସତ କହିବ’ ଓ ‘ଗୁରୁ ଦକ୍ଷିଣା’ ନାଟକ....

sdsdccxxc

୧୯୮୨ ମସିହାରେ ଓଡ଼ିଶା ଅପେରା ପ୍ରଯୋଜିତ ନାଟକ ‘ଅସତ୍ୟ ଉପବନ’ରୁ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ ଜଲିଉଡ୍‌ର ଆଗଧାଡ଼ିର ନାଟ୍ୟକାର ସୁଧାଂଶୁ ନାୟକ। ଓଡ଼ିଶା ଯାତ୍ରା ମହୋତ୍ସବରେ ‘ଜେଜେ ତୁମେ ମିଛ କହିଲ’, ‘କାନ ମୋଡ଼ିଦେଲେ ସତ କହିବ’ ଓ ‘ଗୁରୁ ଦକ୍ଷିଣା’ ନାଟକ ପାଇଁ କ୍ରମାଗତ ତିନିଥର ଶ୍ରେଷ୍ଠ ନାଟ୍ୟକାର ପୁରସ୍କାର ଲାଭ କରିଥିଲେ ସେ। ୧୦୦ରୁ ଅଧିକ ଯାତ୍ରା, ୨୫ରୁ ଅଧିକ ମଞ୍ଚ ନାଟକ ଓ ୧୦ଟି ବେତାର ନାଟକ ରଚନା କରିଥିବା ଶ୍ରୀ ନାୟକଙ୍କ ନାଟକଗୁଡ଼ିକୁୁ ମନୋଜ ପଟ୍ଟନାୟକ, ହର ପଟ୍ଟନାୟକ, ଧୀର ମଲ୍ଲିକ, ବିଜୟ ଦାସ, ମୁକ୍ତିକାନ୍ତ ନାୟକ, ବାଦଲ ସିକଦାର ଓ ଲାଲା ବିରେନ୍ ରାୟଙ୍କ ଭଳି ସଫଳ ନିର୍ଦ୍ଦେଶକ ଦର୍ଶକଙ୍କ ସାମ୍ନାକୁ ଆଣି ଲୋକପ୍ରିୟ କରିଛନ୍ତି। ସୁଧାଂଶୁଙ୍କ ସଫଳ ନାଟକ ମଧ୍ୟରେ ରହିଛି ‘ରାଧାଠାରୁ ଯଶୋଦା ପର୍ଯ୍ୟନ୍ତ’, ‘ବାଜୁଛି ପହଣ୍ଡି ବାଜା’, ‘ଆଲୋ ମୋର କଣ୍ଢେଇ’, ‘ସବାରୀ ଚାଲେ ଧୀରେ ଧୀରେ’, ‘ଜହ୍ନି ଫୁଲ ଠୋ ଠା’, ‘କାନିରେ ପଡ଼ିଛି ଗଣ୍ଠି’, ‘ମହାଭାରତ ପରଦିନ’, ‘ହାରି ନାହିଁ ମହାରଥୀ, ସରିନାହିଁ ରାଜନୀତି’, ‘ଦେ ଜହ୍ନମାମୁ କୁନାକୁ ବୁଝାଇ’, ‘ସତୀ ଅସତୀ ମହାସତୀ’, ‘ବାପା ଯାଇଛନ୍ତି ଥାନାକୁ’, ‘ବଣ ମଣିଷ’, ‘ଶରଧା ବାଲିରୁ ମାଗୁଛି ହାତେ’, ‘ବିଧବା ସାବିତ୍ରୀ’, ‘ଅଛୁଆଁ ମଣିଷ’ ଇତ୍ୟାଦି।

ନାଟକରେ ଅଶ୍ଳୀଳତା ସଂପର୍କରେ ସୁଧାଂଶୁ କହନ୍ତି, ‘‘ଦର୍ଶକ ଶସ୍ତା ନାଟକ ବିରୋଧରେ ପ୍ରତିବାଦ କରୁନାହାନ୍ତି। ସେପରି ସ୍ଥଳେ ଭଲ ନାଟକ ଆସିବ କେଉଁଠୁ? ଯେଉଁଦିନ ଦର୍ଶକ ଅବାସ୍ତବ ତଥା ଅସଙ୍ଗତ କାହାଣୀ, ଅଶ୍ଳୀଳ ସଂଳାପ ବିରୋଧରେ ସିଧାସଳଖ ପ୍ରଯୋଜକ ଓ ପରିଚାଳକ ନିକଟରେ ପ୍ରତିବାଦ କରିବେ ସେହିଦିନ ହିଁ ଭଲ ନାଟକ ଦେଖିବାକୁ ମିଳିବ।’’
- ନାରାୟଣ କୁମାର ରାଉତରାୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe