Image Courtesy of India Today
ମୁମ୍ବାଇ: ରବିବାର ସନ୍ଧ୍ୟାରେ ଲତା ମଙ୍ଗେସ୍କର୍ଙ୍କ ପିତା ମାଷ୍ଟର୍ ଦୀନନାଥ ମଙ୍ଗେସ୍କର୍ଙ୍କ ୮୦ତମ ମୃତ୍ୟୁ ବାର୍ଷିକୀ ଅବସରରେ ମୁମ୍ବାଇର ଷଣମୁଖାନନ୍ଦ ହଲ୍ରେ ଆୟୋଜିତ ଭବ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଥମ ଲତା ଦୀନନାଥ ମଙ୍ଗେସ୍କର୍ ସମ୍ମାନରେ ଭୂଷିତ କରାଯାଇଛି।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତିରେକେ, ଚଳଚ୍ଚିତ୍ର କ୍ଷେତ୍ରରେ ଉତ୍ସର୍ଗୀକୃତ ସେବା ନିମନ୍ତେ ସ୍ବନାମଧନ୍ୟ ଅଭିନେତ୍ରୀ ଆଶା ପାରେଖ ଓ ଅଭିନେତା ଜ୍ୟାକି ସ୍ରଫ୍ଙ୍କୁ ‘ମାଷ୍ଟର୍ ଦୀନନାଥ ପୁରସ୍କାର’ (ସ୍ବତନ୍ତ୍ର ସମ୍ମାନ) ପାଇଥିଲେ। ଭାରତୀୟ ସଙ୍ଗୀତ ଲାଗି ରାହୁଳ ଦେଶପାଣ୍ଡେ ମାଷ୍ଟର୍ ଦୀନନାଥ ପୁରସ୍କାର ପାଇଥିବା ବେଳେ ସର୍ବୋତ୍ତମ ନାଟ୍ୟ ପୁରସ୍କାର ‘ସଞ୍ଜୟ ଛାୟା’ ନାଟକକୁ ଦିଆଯାଇଛି।
ଲତା ମଙ୍ଗେସ୍କର୍ଙ୍କ ସ୍ମୃତି ନିମନ୍ତେ ସଂସ୍ଥାପିତ ଏହି ସମ୍ମାନ ପ୍ରତି ବର୍ଷ ଦେଶ ଗଠନ ଲାଗି ପ୍ରଶଂସନୀୟ ଅବଦାନ ଦେଇଥିବା ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରାଯିବ ବୋଲି ପରିବାର ଓ ‘ମାଷ୍ଟର୍ ଦୀନନାଥ ମଙ୍ଗେସ୍କର୍ ସ୍ମୃତି ପ୍ରତିଷ୍ଠାନ ଚାରିଟେବଲ୍ ଟ୍ରଷ୍ଟ୍’ ଏକ ବିବୃତିରେ କହିଛନ୍ତି।
Image Courtesy of India Bloomsସମ୍ମାନ ଫଳକ ଗ୍ରହଣ କରିବା ପରେ ଭାବ ବିହ୍ବଳ ହୋଇ ପ୍ରଧାନମନ୍ତ୍ରୀ କହିଲେ, ମୋ ପାଇଁ ଲତା ମଙ୍ଗେସ୍କର୍ ଥିଲେ ବଡ଼ଭଉଣୀ ପରି। ତାଙ୍କ ଠାରୁ ମୁଁ ଅଜସ୍ର ଶ୍ରଦ୍ଧା ପାଇଛି। ବହୁ ଦଶନ୍ଧି ପରେ, ଆଗାମୀ ରାଖି ଉତ୍ସବ ବେଳକୁ ଲତା ଦିଦିଙ୍କ ଅନୁପସ୍ଥିତି ଅନୁଭବ କରିବି।
ଭୂଷିତ ହୋଇଥିବା ସମ୍ମାନକୁ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କ ପ୍ରତି ଉତ୍ସର୍ଗ କରି କହିଛନ୍ତି, ଲତା ଦିଦିଙ୍କ ଭଳି ବଡ଼ଭଉଣୀଙ୍କ ନାମାନୁସାରେ ନାମିତ ଏହି ସମ୍ମାନ ମୋ ଲାଗି ତାଙ୍କ ଏକାନ୍ତ ଶ୍ରଦ୍ଧାର ସଙ୍କେତ। ତେଣୁ, ଏହାକୁ ଗ୍ରହଣ ନ କରିବା ମୋ ପକ୍ଷେ ଅସମ୍ଭବ କଥା।
ବିଖ୍ୟାତ ଗାୟିକା ଆଶା ଭୋସ୍ଲେ ଭଉଣୀ ଲତା ମଙ୍ଗେସ୍କର୍ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ‘ଆୟେଗା ଆନେୱାଲା’ ଗୀତ ଗାଇଥିଲେ। ଯୋଗକୁ ଏପ୍ରିଲ୍ ୨୪ ତାରିଖ ଥିଲା ।
Follow Us