ମୁମ୍ବାଇ: ପରଲୋକରେ ବଲିଉଡର ହି-ମ୍ୟାନ୍ ଧର୍ମେନ୍ଦ୍ର। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିବା ବେଳେ ଆଜି ତାଙ୍କର ଦେହାନ୍ତ ହୋଇଛି। ସୁପରଷ୍ଟାରଙ୍କ ଦେହାନ୍ତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକପ୍ରକାଶ କରିଛନ୍ତି। ଏକ୍ସରେ ପୋଷ୍ଟ କରି ଏକ ଯୁଗର ଅବସାନ ଘଟିଥିବା ଲେଖିଛନ୍ତି ପ୍ରଧାନମନ୍ତ୍ରୀ।
"ଧର୍ମେନ୍ଦ୍ରଜୀଙ୍କ ପରଲୋକ ଭାରତୀୟ ସିନେମାରେ ଏକ ଯୁଗର ଅନ୍ତ ଘଟାଇଛି। ସେ ଜଣେ ପ୍ରତିଭାବାନ କଳାକାର ଥିଲେ, ଯିଏ ପ୍ରତ୍ୟେକ ଚରିତ୍ରକୁ ଜୀବନ୍ତ କରିପାରୁଥିଲେ। ବିିଭିନ୍ନ ଭୂମିକାରେ ଅଭିନୟ କରି ସେ ଅଗଣିତ ଲୋକଙ୍କ ହୃଦୟ ଜିତିଥିଲେ। ଧର୍ମେନ୍ଦ୍ରଜୀ ତାଙ୍କ ସରଳତା, ନମ୍ରତା ଏବଂ ସ୍ନେହପୂର୍ଣ୍ଣ ମନୋଭାବ ପାଇଁ ଜଣାଶୁଣା ଥିଲେ। ଏହି ଦୁଃଖଦ ସମୟରେ, ମୋର ସମବେଦନା ତାଙ୍କ ପରିବାର, ବନ୍ଧୁ ଏବଂ ଅଗଣିତ ପ୍ରଶଂସକଙ୍କ ସହିତ ଅଛି। ଓମ୍ ଶାନ୍ତି।"
The passing of Dharmendra Ji marks the end of an era in Indian cinema. He was an iconic film personality, a phenomenal actor who brought charm and depth to every role he played. The manner in which he played diverse roles struck a chord with countless people. Dharmendra Ji was…
— Narendra Modi (@narendramodi) November 24, 2025
ପୂର୍ବରୁ ମୃତ୍ୟୁକୁ ନେଇ ହୋଇଥିଲା ଗୁଜବ
କିଛି ଦିନ ତଳେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଗୁଜବ ହୋଇଥିଲା। ହେଲେ ପରିବାର ଲୋକେ ସେ ଜୀବିତ ଥିବା ସ୍ପଷ୍ଟ କରିଥିଲେ। ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ତାଙ୍କୁ ଘରକୁ ଅଣାଯାଇଥିଲା। ଘରେ କିଛି ଦିନ ପରିବାର ଲୋକଙ୍କ ସହିତ ସମୟ ବିତାଇବା ପରେ ଆଜି ତାଙ୍କର ଦେହାନ୍ତ ହୋଇଛି। ମୁମ୍ବାଇର ଭିଲେ ପାର୍ଲେ ଶ୍ମଶାନରେ ୫୦ ଜଣ ଲୋକଙ୍କ ଉପସ୍ଥିତିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି।
ନିଶ୍ୱାସ ନେବାରେ କଷ୍ଟ ହେଉଥିଲା
ଶ୍ୱାସକ୍ରିୟାରେ ଅସୁବିଧା ଯୋଗୁ ଧର୍ମେନ୍ଦ୍ରଙ୍କୁ କିଛି ଦିନ ତଳେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟ ଦିଆଯାଇଥିଲା। ବହୁ ବଲିଉଡ ଷ୍ଟାର ଧର୍ମେନ୍ଦ୍ରଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ପାଇଁ ହସ୍ପିଟାଲକୁ ଆସିଥିଲେ। ସଲମାନ ଖାନ, ଶାହରୁଖ ଖାନ, ଆର୍ଯ୍ୟାନ ଖାନ, ଆମିର ଖାନ, ଗୋବିନ୍ଦା ଏବଂ ଅମିଷା ପଟେଲଙ୍କ ଭଳି ପ୍ରମୁଖ ଷ୍ଟାରମାନଙ୍କୁ ହସ୍ପିଟାଲ ବାହାରେ ଦେଖିବାକୁ ମିଳିଥିଲା।
ଆହୁରି ପଢ଼ନ୍ତୁ: Groom Ties Knot In Hospital: ଦୁର୍ଘଟଣାରେ ଶିକାର ଯୁବତୀଙ୍କୁ ହସ୍ପିଟାଲ ବିଛଣାରେ ବିବାହ କଲେ ଯୁବକ
୩୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ
ଧର୍ମେନ୍ଦ୍ର ହିନ୍ଦୀ ସିନେମାର ସବୁଠାରୁ ସମ୍ମାନିତ ଏବଂ ଲୋକପ୍ରିୟ ତାରକାମାନଙ୍କ ମଧ୍ୟରୁ ଜଣେ ଥିଲେ। ସାତ ଦଶନ୍ଧିର କ୍ୟାରିଅରରେ, ସେ ୩୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ, ଯେଉଁଥିରେ "ଶୋଲେ", "ଚୁପକେ ଚୁପକେ", "ସୀତା ଔର ଗୀତା" ଏବଂ "ଧରମ ବୀର" ଭଳି ସୁପରହିଟ୍ ଚଳଚ୍ଚିତ୍ର ଅନ୍ତର୍ଭୁକ୍ତ।
ଆହୁରି ପଢ଼ନ୍ତୁ: Bollywood's 'Dharam Paaji' NoMore: ୨୫ ଡିସେମ୍ବରରେ ଧର୍ମେନ୍ଦ୍ରଙ୍କର ଫିଲ୍ମ ‘ଇକ୍କିସ୍’ ମୁକ୍ତିଲାଭ କରିବାକୁ ଯାଉଛି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/11/24/pm-modi-2025-11-24-15-50-05.jpg)