ନୂଆଦିଲ୍ଲୀ: ଅନେକ ସମୟରେ ସିନେମା କିମ୍ବା ଧାରାବାହିକରେ ଦେଖିବାକୁ ମିଳିଛି ହସ୍ପିଟାଲ ବିଛଣାରେ କନ୍ୟା ଚିକିତ୍ସାଧୀନ ଅବସ୍ଥାରେ ଶୋଇଥିବା ବେଳେ ବର ବିବାହ କରି ତାକୁ ସବୁଦିନ ପାଇଁ ନିଜର କରି ନେଇଥାଏ। ଏମିତି ଘଟଣା ବାସ୍ତବରେ କେରଳର ଏକ ହସ୍ପିଟାଲରୁ ସାମ୍ନାକୁ ଆସିଛି। ସଡ଼କ ଦୁର୍ଘଟଣାରେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଯୁବତୀଙ୍କୁ ବର ବିବାହ କରିଛନ୍ତି।

Advertisment

ମେକଅପ ନେବା ପାଇଁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହେଲେ କନ୍ୟା

ଘଟଣାଟି ହେଉଛି ଏପରି, ସନ୍ଧ୍ୟାରେ ବିବାହ ଥିବାରୁ କନ୍ୟା ଅବାନି ମେକଅପ ନେବା ପାଇଁ କୁମାରକୋମ ଅଭିମୁଖେ କାର ଯୋଗେ ପାର୍ଲରକୁ ଯାଉଥିବା ବେଳେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ଏହି ଦୁର୍ଘଟଣାରେ ଅବାନି ବସିଥିବା କାରଟି ଭାରସାମ୍ୟ ହରାଇ ଏକ ଗଛରେ ପଟି ହୋଇଯାଇଥିଲା। ଫଳରେ ଅବାନିଙ୍କ ସମେତ କାର ଚାଳକ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟଲୋକେ ଘଟଣାସ୍ଥଳରୁ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କୋଟ୍ଟାୟମ ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ।

ଅଧିକପଢ଼ନ୍ତୁ:ଓଡ଼ିଆ ନିର୍ଦ୍ଦେଶକ ଶିଶିର ମିଶ୍ରଙ୍କ ‘ଟାଡା’ରେ ଅଭିନୟ କରିଥିଲେ ଧର୍ମେନ୍ଦ୍ର

ହସ୍ପିଟାଲରେ ହେଲା ବିବାହ

ଦୁର୍ଘଟଣାରେ କନ୍ୟା ଅବନୀଙ୍କ ମେରୁଦଣ୍ଡରେ ଆଘାତ ଲାଗିଥିଲା। ଫଳରେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଏର୍ନାକୁଲମର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଅବନୀଙ୍କ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ବର ସେରୋନ ଏବଂ ତାଙ୍କ ପରିବାର ମଧ୍ୟ କିଛି ସମୟ ମଧ୍ୟରେ ଡାକ୍ତରଖାନାରେ ପହଞ୍ଚି ଯାଇଥିଲେ। ବିବାହ ପାଇଁ ଶୁଭ ସମୟ ମଧ୍ୟାହ୍ନ ୧୨:୧୫ ରୁ ୧୨:୩୦ ମଧ୍ୟରେ ଥିବାରୁ ବର ଓ କନ୍ୟାଙ୍କ ପରିବାର ନିର୍ଦ୍ଧାରିତ ସମୟରେ ବିବାହ ପାଇଁ ସ୍ଥିର କରିଥିଲେ। ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ଲୋଡ଼ିଥିଲେ।  ହସ୍ପିଟାଲ ଅଧିକାରୀମାନେ ଉଭୟ ପରିବାରଙ୍କ ପ୍ରସ୍ତାବରେ ରାଜି ହେବା ସହିତ ଆହତ ଅବାନୀଙ୍କୁ ଯେମିତି କୌଣସି ପ୍ରକାର ଅସୁବିଧା ନହୁଏ ତାହାର ବନ୍ଦୋବସ୍ତ କରିଥିଲେ।ଡାକ୍ତର, ସ୍ୱାସ୍ଥ୍ୟସେବା କର୍ମଚାରୀ ଏବଂ ବର ଓ କନ୍ୟାଙ୍କ ନିକଟ ସମ୍ପର୍କୀୟଙ୍କ ଉପସ୍ଥିତିରେ ସେରୋନ୍ ଶୁଭ ସମୟରେ ଅବନୀଙ୍କ ଗଳାରେ ମଙ୍ଗଳସୂତ୍ର ପିନ୍ଧାଇ ମଥାରେ ସିନ୍ଦୂର ଦେଇ ନିଜର ଧର୍ମପତ୍ନୀ ଭାବେ ଗ୍ରହଣ କରିଥିଲେ। 

ରିପୋର୍ଟ ଆସିବା ପରେ କନ୍ୟାଙ୍କ ହେବ ଅସ୍ତ୍ରୋପଚାର

ନ୍ୟୁରୋସର୍ଜରୀର ମୁଖ୍ୟ ଡାକ୍ତର ସୁଧୀଶ କରୁଣାକରଣ କହିଛନ୍ତି, ‘ଅବନୀଙ୍କ ମେରୁଦଣ୍ଡରେ ଆଘାତ ଲାଗିଛି । ତାଙ୍କର କିଛିଟା ସ୍ବାସ୍ଥ୍ୟ ପରୀକ୍ଷା ରିପୋର୍ଟ ଆସିବାର ଅଛି। ଏହି ରିପୋର୍ଟ ଆସିବା ପରେ ଅବାନୀଙ୍କ ଅସ୍ତ୍ରୋପଚାର କରାଯିବ।’

ଅଧିକପଢ଼ନ୍ତୁ:ତାମିଲନାଡୁରେ ଦୁଇଟି ବସ୍‌ ମୁହାଁମୁହିଁ ଧକ୍କା: ୬ ମୃତ, ୫୦ରୁ ଅଧିକ ଆହତ