deccanchronicle.com
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ ‘ପିଏମ୍ ମୋଦୀ’କୁ ନେଇ ସୋମବାର ନିର୍ବାଚନ କମିସନ୍ ସୁପ୍ରିମ୍କୋର୍ଟଙ୍କ ନିକଟରେ ରିପୋର୍ଟ ଜମା କରିଛନ୍ତି। ସୁପ୍ରିମ୍କୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁସାରେ ନିର୍ବାଚନ କମିସନ ଚଳଚ୍ଚିତ୍ରଟିକୁ ଦେଖିବା ପରେ ଏକ ମୁଦା ଲଫାପାରେ କୋର୍ଟଙ୍କ ନିକଟରେ ରିପୋର୍ଟ ଜମା କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଇ ସର୍ବୋଚ୍ଚ ନ୍ୟାୟାଳୟ ଏପ୍ରିଲ୍ ୨୬ ତାରିଖକୁ ରଖିଛନ୍ତି। କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ହୋଇଛି ଯେ ଆବେଦନକାରୀଙ୍କୁ ମଧ୍ୟ ନିର୍ବାଚନ କମିସନ ଦାଖଲ କରିଥିବା ରିପୋର୍ଟର ଏକ କପି ଦିଆଯିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍ ନିର୍ବାଚନ ସମୟରେ ମୁକ୍ତିଲାଭ କଲେ ଏହା ଆଦର୍ଶ ଅଚରଣ ବିଧି ଉଲ୍ଲଂଘନ କରିବ ବୋଲି କଂଗ୍ରେସ, ଆପ୍ ଆଦି ବିରୋଧୀ ଦଳମାନେ ଅଭିଯୋଗ ଆଣିଥିଲେ। ଫଳରେ କୋର୍ଟ ଚଳଚ୍ଚିତ୍ରର ପ୍ରଦର୍ଶନ ଉପରେ ରୋକ ଲଗାଇଥିଲେ। ମାତ୍ର ଚଳଚ୍ଚିତ୍ରଟିକୁ ପ୍ରଦର୍ଶନ କରାଇବା ଦାବିରେ ସୁପ୍ରିମ୍କୋର୍ଟ ଦ୍ୱାରସ୍ତ ହୋଇଥିଲେ ଏହି ଚଳଚ୍ଚିତ୍ରର ନିର୍ମାତା। ନିର୍ମାତାଙ୍କ ଆବେଦନ ପରେ ସର୍ବୋଚ୍ଚ ନ୍ୟାୟାଳୟ ନିର୍ବାଚନ କମିସନଙ୍କୁ ଚଳଚ୍ଚିଚିତ୍ରଟିକୁ ଦେଖି ଏକ ମୁଦା ଲଫାପାରେ ରିପୋର୍ଟ ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ବାଚନ କମିସନ କୋର୍ଟଙ୍କ ନର୍ଦ୍ଦେଶ ଅନୁସାରେ ନକଟରେ ସଂପୂର୍ଣ୍ଣ ଚଳଚ୍ଚିତ୍ରଟିକୁ ଦେଖିଥିଲେ। ନିର୍ବାଚନ କସିସନ ଚଳଚ୍ଚିତ୍ର ସପକ୍ଷରେ ରିପୋର୍ଟ ପ୍ରଦାନ କରିବେ ବୋଲି ବିଶ୍ୱାସର ସହ ପୂର୍ବରୁ ଅଭିନେତା ବିବେକ ଓବରାଏ ନିର୍ବାଚନ ଅଧିକାରୀଙ୍କୁ ଭେଟି ଗଣମାଧ୍ୟମରେ ମତ ରଖିଥିଲେ।
Follow Us