ମୁମ୍ବାଇ : କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ନିର୍ମାଣ ହୋଇଥିବା ୱେବ ସିରିଜ୍ ରିଲିଜ୍ ହେବାର ତାରିଖ ଘୋଷଣା କରାଯାଇଥିଲା । ଫିଲ୍ମର ପୋଷ୍ଟର ରିଲିଜ୍ କରାଯାଇ ୱେବ ସିରିଜ୍ଟି ଅପ୍ରେଲ ମାସରେ ପ୍ରଦର୍ଶନ ହେବ ବୋଲି ଘୋଷଣା କରାଯାଇଥିଲା । ଏବେ ୱେବ ସିରିଜ୍ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ନିର୍ମାଣ ହେଉଥିବା ଫିଲ୍ମର ରିଲିଜ୍ ତାରିଖ ସାମ୍ନାକୁ ଆସିଛି ।
ଫିଲ୍ମଟି ଅପ୍ରେଲ ୧୨ରେ ରିଲିଜ୍ ହେବ ବୋଲି ଜଣା ପଡ଼ିଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦୁଇ ମାସ ତଳେ ଫିଲ୍ମ ତିଆରି ହେବ ବୋଲି ଘୋଷଣା କରାଯାଇଥିବା ବେଳେ ଏତେ କମ ସମୟ ମଧ୍ୟରେ ଫିଲ୍ମ କିପରି ପ୍ରସ୍ତୁତ ହୋଇଗଲା ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ରିଲିଜ୍ ଡେଟ୍ ଆସିବା ପରେ ଏ ଫିଲ୍ମ ନା ମ୍ୟାଗି ବୋଲି କହି ଲୋକେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।
ସୂଚନା ମୁତାବକ, ଫିଲ୍ମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚରିତ୍ରରେ ଅଭିନେତା ବିବେକ ଓବରଏ ନଜର ଆସୁଥିବା ବେଳେ ଏହା ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଉମଙ୍ଗ କୁମାର । ଫିଲ୍ମର ନାଁ ‘ପିଏମ୍ ନରେନ୍ଦ୍ର ମୋଦି’ ରଖା ଯାଇଥିବା ଜଣାପଡ଼ିଛି ।
Follow Us