ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ ଆସି ଚର୍ଚ୍ଚାରେ ଦୁଇଷ୍ଟାର

Advertisment
ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ ଆସି ଚର୍ଚ୍ଚାରେ ଦୁଇଷ୍ଟାର

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନ‌ ପ୍ରାଙ୍ଗଣରେ ଗତ ରବିବାର ସନ୍ଧ୍ୟାରେ ନରେନ୍ଦ୍ର ମୋଦୀ କ୍ରମାଗତ ତୃତୀୟଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଲଗାତାର ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି।

ଏହି ସମାରୋହରେ ଅନେକ ମନ୍ତ୍ରୀଙ୍କ ସହିତ ଷ୍ଟାରମାନଙ୍କୁ ବି ସାମିଲ ହେବାର ଦେଖିବାକୁ ମିଳିଥିଲା। ସୁପରଷ୍ଟାର ଶାହରୁଖ ଖାନ କଳାରଙ୍ଗ ସାର୍ଟ ଓ ଅକ୍ଷୟ କୁମାର ଗୋଲାପି ରଙ୍ଗର ସାର୍ଟ ପିନ୍ଧି  ମୋଦୀଙ୍କ ଏହି ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ ପହଞ୍ଚିଥିଲେ। ଏହି ସମୟରେ ଅକ୍ଷୟଙ୍କୁ ଶାହରୁଖ ଦେଖିବା ପରେ ଅଟକି ଯାଇଥିଲେ। ଆଉ ପରସ୍ପରକୁ ହସିହସି ଆଲିଙ୍ଗନ କରିଥିଲେ। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାକୁ ଦୁଇଷ୍ଟାରଙ୍କ ଫ୍ୟାନ୍ସମାନେ ଖୁବ ପସନ୍ଦ କରୁଛନ୍ତି।

ଏଥିସହିତ ମଣ୍ଡିରୁ ନବନିର୍ବାଚିତ ସାଂସଦ କଙ୍ଗନା ରାଣାୱତ, ସାଉଥ ସୁପରଷ୍ଟାର ରଜନୀକାନ୍ତ, ରବିନା ଟଣ୍ଡନ, ଅନୁପମ ଖେରଙ୍କ ସମେତ ମୁକେଶ ଅମ୍ବାନି ତାଙ୍କ ଦୁଇପୁଅ ଅନନ୍ତ ଓ ଆକାଶ ଅମ୍ବାନି ବି ମୋଦୀଙ୍କ ଶପଥଗ୍ରହଣ ସମାରୋହରେ ସାମିଲ ହୋଇଥିବ‌ା ନଜର ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe