କମେଡି କିଙ୍ଗ୍‌ କପିଲଙ୍କୁ ଏହିପରି ଭାବେ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

କମେଡି କିଙ୍ଗ୍‌ କପିଲଙ୍କୁ ଏହିପରି ଭାବେ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କମେଡି କିଙ୍ଗ୍‌ କପିଲ ଶର୍ମାଙ୍କୁ ଟୁଇଟ୍‌ରେ ପ୍ରଶଂସା କରିଥିବା କଥା ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି। ମୁମ୍ବାଇଠାରେ ପ୍ରଧାନମନ୍ତ୍ରୀ ମୋଦି ‘ନ୍ୟାସନାଲ୍‌ ମ୍ୟୁଜିୟମ୍‌ ଅଫ୍‌ ଇଣ୍ଡିଆନ୍‌ ସିନେମା’ର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେବା ସମୟରେ ତାଙ୍କର କମେଡି କିଙ୍ଗ୍‌ଙ୍କ ସହ ଭେଟ ହୋଇଥିଲା।

କପିଲ ସେ ସମୟରେ ମୋଦିଙ୍କ ସହ ନିଜେ ଥିବା ଏକ ଫଟୋକୁ ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟର୍‌ରେ ଅପ୍‌ଲୋଡ କରି ଲେଖିଛନ୍ତି, ‘ସମ୍ମାନୀୟ ପ୍ରଧାନମନ୍ତ୍ରୀ ମହୋଦୟ, ଆପଣଙ୍କ ସହ ସାକ୍ଷାତ୍‌ ଖୁବ ଭଲ ଥିଲା ଏବଂ ଆପଣଙ୍କ ଉତ୍ସାହଦାୟକ ବୁଦ୍ଧି ମୋତେ ବେଶ୍‌ ପ୍ରେରିତ କରିଛି। ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ଓ ଆମ ଦେଶ ପ୍ରତି ବିକାଶ ମନୋଭାବରେ ମୁଁ ମୁଗ୍ଧ। ସାର୍‌, ଏକଥା ମୋତେ କହିବା ଦରକାର ଯେ ଆପଣଙ୍କର ବି ମଜାକିଆ ଅନ୍ଦାଜ ଖୁବ୍‌ ଭଲ।’

publive-image

କପିଲଙ୍କର ଏହି ଟୁଇଟ୍‌ର ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସେ ଏହାର ଉତ୍ତରରେ ଲେଖିଛନ୍ତି, ‘ଯେତେବେଳେ କପିଲ ଶର୍ମା କାହାର ମଜାକକୁ ଗ୍ରହଣ କରନ୍ତି ତାହା ପ୍ରତ୍ୟେକ ଲୋକଙ୍କୁ ଖୁସି କରାଇପାରେ। ମୁଁ ସେଥିରୁ ଭିନ୍ନ ନୁହେଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe