ମୁମ୍ବାଇ:ଅଭିନେତା ବିକ୍ରାନ୍ତ ମେସିଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ବିକ୍ରାନ୍ତ ତାଙ୍କର ଅବସର ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି।
ବିକ୍ରାନ୍ତ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି,‘ଏବେ ଘରକୁ ଫେରିଯିବାର ସମୟ ଆସିଛି। ୨୦୨୫ରେ ଆସିବାକୁ ଥିବା ମୋର ଦୁଇଟି ସିନେମା ଶେଷ ସିନେମା ହେବ।’
ବିକ୍ରାନ୍ତ ସିନେମା ଦୁନିଆରୁ ଅବସର ନେବା ପାଇଁ ଘୋଷଣା କରିଥିବା ବେଳେ ତାଙ୍କର ନୂଆ ସିନେମା ‘ଦ ସାବରମତି ରିପୋର୍ଟ’ ଏବେ ବି ବକ୍ସ ଅଫିସରେ ନିଜର ଧମାଲ ମଚାଇବାରେ ଲାଗିଛି। ଏହି ମୁଭିରେ ବିକ୍ରାନ୍ତ ମେସି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କର ଅଭିନୟ ଫିଲ୍ମକୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି। ମୁଭିରେ ସେ ଜଣେ ଆଇନଜୀବୀ ଭୂମିକାରେ ଅଭିନୟ କରୁଛନ୍ତି ଯିଏ ତାଙ୍କ ଆଦର୍ଶ ଏବଂ ନ୍ୟାୟ ପାଇଁ ଲଢନ୍ତି। ତାଙ୍କର ସଂଳାପ ଚଳଚ୍ଚିତ୍ର ଦର୍ଶକକୁ ବେଶ ଆକୃଷ୍ଟ କରିଛି।
ଡିସେମ୍ବର ୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଦ ସାବରମତି ରିପୋର୍ଟ’ ଦେଖିଛନ୍ତି। ସନ୍ଧ୍ୟା ୪ଟାରେ ସଂସଦରେ ଏହି ସିନେମାର ସ୍ବତନ୍ତ୍ର ସ୍କ୍ରନିଂ ଆୟୋଜିତ କରାଯାଇ ଥିଲା।
ବିକ୍ରାନ୍ତ ମେସି କହିଛନ୍ତି, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀଙ୍କ ସହିତ ସିନେମା ଦେଖିବାର ଅନୁଭବକୁ ମୁଁ କଦାପି ଭୁଲି ପାରିବି ନାହିଁ। ଏହା ମୋ ଜୀବନର ଏକ ଅଭୁଲା ସ୍ମୃତି ହୋଇ ରହିଯିବ।’
Follow Us