ବଲିଉଡ୍ ବିଗ୍ ବି ଅମିତାଭ ବଚ୍ଚନଙ୍କ ବାପା କବି ହରିବଂଶ ରାୟ ବଚ୍ଚନଙ୍କ ମୂର୍ତ୍ତି ସମ୍ମୁଖରେ ସ୍ବତନ୍ତ୍ର ଭାବେ ଦୀପ ଜାଳିଛି ପୋଲାଣ୍ଡ। ଏହାକୁ ନେଇ ଅମିତାଭ୍ ଖୁସିବ୍ୟକ୍ତ କରିବା ସହିତ ଲେଖିଛନ୍ତି, ପୋଲାଣ୍ଡ୍ ସରକାର ବାପାଙ୍କୁ ଦୀପାବଳି ଅବସରରେ ରୋକ୍ଲ ସହରରେ ତାଙ୍କ ମୂର୍ତ୍ତିକୁ ସମ୍ମୁଖରେ ଦୀପ ଲଗାଇଛନ୍ତି। ଏହା ତାଙ୍କ ପାଇଁ ଗର୍ବର ବିଷୟ। ତେବେ ଦଶହରାରେ ରୋକ୍ଲ ସହରର ସିଟି କାଉନ୍ସିଲ୍ ଏକ ଛକକୁ ବାପାଙ୍କ ନାମରେ ନାମିତ କରିଥିଲେ। ଏହା ସେଠାରେ ରହୁଥିବା ଭାରତୀୟଙ୍କ ପାଇଁ ଗର୍ବର ଦିନ ବୋଲି ସେ କହିଥିଲେ। ୨୦୧୯ରେ ଅମିତାଭ ପୋଲାଣ୍ଡକୁ ଯିବା ଅବସରରେ ବାପାଙ୍କୁ ମନେ ପକାଇ ତାଙ୍କୁ ସେଠାରେ ପ୍ରାର୍ଥନା କରିଥିଲେ।
ବିଗ୍ ବି’ଙ୍କ ବାପାଙ୍କୁ ଦୀପାବଳିରେ ସ୍ବତନ୍ତ୍ର ସମ୍ମାନ ଦେଲା ପୋଲାଣ୍ଡ
Advertisment
Follow Us