ଅଭିନୟରୁ ରାଜନୀତି

Advertisment
ଅଭିନୟରୁ ରାଜନୀତି

ଓଡ଼ିଆ ଚଳଚ୍ଚିତ୍ର ଜଗତରେ ସୁପରିଚିତ ଅଭିନେତା, ନି‌େର୍ଦ୍ଦଶକ, ପ୍ରଯୋଜକ ପ୍ରଶାନ୍ତ ନନ୍ଦ। ସିନେମା ଜଗତରୁ ପ୍ରଶାନ୍ତ ନନ୍ଦ ପୁଣି ରାଜନୀତି କ୍ଷେତ୍ରକୁ ପାଦ ବଢ଼ାଇ ଆଜିଯାଏ ସକ୍ରିୟ ଅଛନ୍ତି। ତାଙ୍କ ପରି ଆଉ ଜଣେ ପ୍ରଶାନ୍ତଙ୍କର ଆବିର୍ଭାବ ହେଇଛି। ଅଭିନେତା ପ୍ରଶାନ୍ତ ପାତ୍ର ଚଳଚ୍ଚିତ୍ର ଓ ଟେଲି ସିରିଏଲରେ ଅଭିନୟ କରି ଦର୍ଶକାଦୃତି ଲାଭ କରିଛନ୍ତି। ଭୁବନେଶ୍ବର ଉପକଣ୍ଠ ମେଣ୍ଢାଶାଳରେ ଜନ୍ମିତ ପ୍ରଶାନ୍ତ, ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ହିନ୍ଦୀ ଧାରାବାହିକ ‘ଭକ୍ତିକଥା’ ମାଧ୍ୟମରେ ପରଦା ଜଗତରେ ପ୍ରବେଶ କରିଥିଲେ। ଏହା ବ୍ୟତୀତ ଇଟିଭିରେ ପ୍ରସାରିତ ‘ପଣତକାନି’, ‘ବଡ଼ ଘର ବଡ଼ ଗୁମର କଥା’ ଓ ‘ସଂସ୍କାର’ରେ ମଧ୍ୟ ସେ ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହେଇଥିଲେ।

ଚଳଚ୍ଚତ୍ର ‘ପୁଅ ମୋର ଜଗତଜିତା’ରେ ମଧ୍ୟ ସେ ଅଭିନୟ କରିଥିଲେ। ୨୦୧୭ରେ ସେ ନିଜର ଇମାଜିନେସନ୍ ଅନ୍‌ଲିମିଟେଡ୍ ବ୍ୟାନରରେ ବିଗ୍ ବଜେଟର ଦ୍ବିଭାଷୀ ସିନେମା ‘ନାମର୍ଦ୍ଦ’ ନିର୍ମାଣ କରିଥିଲେ। ଏହି ଚଳଚ୍ଚିତ୍ରଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର କ୍ରମରେ ଶ୍ରେଷ୍ଠ ବିବେଚିତ ହେଇ ପାଞ୍ଚଟି ପୁରସ୍କାର ଲାଭ କରିଥିଲା। କିଛିଦିନ ହେବ ସିନେମା ଓ ସିରିଏଲ ଜଗତରୁ ପ୍ରଶାନ୍ତ ରାଜନୀତି କ୍ଷେତ୍ରକୁ ପାଦ ବଢ଼ାଇଛନ୍ତି। ଏବେ ସେ ଖୋର୍ଦ୍ଧାଜିଲ୍ଲା ବିଜୁ ଜନତା ଦଳର ସଭାପତି ବିଭୂତିଭୂଷଣ ବଳବନ୍ତରାୟଙ୍କ ଘନିଷ୍ଠ ଭାବେ ଅନେକଙ୍କର ପ୍ରିୟଭାଜନ ହେଇପାରିଛନ୍ତି। ନିଷ୍ଠା ଓ ନୈତିକତାର ସହ କାମ କରି ଜିଲ୍ଲାବାସୀଙ୍କ ପ୍ରଶଂସାର ପାତ୍ର ହେଇଛନ୍ତି ପ୍ରଶାନ୍ତ ପାତ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe