image source- news18
ମୁମ୍ବାଇ: ଆଜି ହେଉଛି ବଲିଉଡର ଲୋକପ୍ରିୟ ନାୟିକା ପୂଜା ଭଟ୍ଟଙ୍କର ଜନ୍ମଦିନ। ସେ ୧୯୭୨ ମସିହା ଫେବ୍ରୁଆରି ୨୪ ତାରିଖରେ ଜନ୍ମ ହୋଇଥିଲେ । ପ୍ରଖ୍ୟାତ ନିର୍ମାତା-ନିର୍ଦେଶକ ମହେଶ ଭଟ୍ଟଙ୍କ କନ୍ୟା ପୂଜା ଅନେକ ସମୟରେ ନିଜର ବୟାନ୍ ଓ କାରନାମା ଲାଗି ଚର୍ଚ୍ଚାରେ ରହିଥାନ୍ତି।
କିଛି ଦିନ ତଳେ ପୂଜା ଭଟ୍ଟ କେବଳ ନିଜ ଜୀବନରେ ଘଟିଥିବା ଏକ ଯୌନ ଶୋଷଣ ପ୍ରସଙ୍ଗରେ ସୂଚନା ଦେଇ ବି ଚର୍ଚ୍ଚାକୁ ଆସିଥିଲେ।
ପୂଜା ଭଟ୍ଟ କହିଥିଲେ ଯେ ଥରେ ବିମାନ ବନ୍ଦରରେ ବସିଥାନ୍ତି। ତାଙ୍କ ପାଖରେ ବସିଥିବା ପୁରୁଷବନ୍ଧୁ ଜଣଙ୍କ ତାଙ୍କ ଛାତି ଉପରେ ହାତ ପକାଇବାକୁ ଚେଷ୍ଟା କରିଥିଲେ।
ପୂଜା ଭଟ୍ଟ ଆହୁରି ମଧ୍ୟ କହିଥିଲେ ଯେ, ସେ ଜଣେ ମଦ୍ୟପ ଯୁବକ ସହିତ ରିଲେସନ୍ସିପ୍ରେ ଥିଲେ। ସେତେବେଳେ ସେହି ମଦ୍ୟପ ଯୁବକ ତାଙ୍କୁ ମାଡ଼ ମାରୁଥିଲା। ଯେତେବେଳେ ଏକଥା ସେ ଅନ୍ୟମାନଙ୍କ ଆଗରେ କହିଥିଲେ, ସେତେବେଳେ ସମସ୍ତେ ବିସ୍ମିତ ହୋଇଥିଲେ। ମହେଶ ଭଟ୍ଟଙ୍କ ଭଳି ଜଣେ ଖ୍ୟାତନାମା ନିର୍ଦେଶକଙ୍କ ଝିଅ ହୋଇ ବି ତାଙ୍କୁ ଏଭଳି ଶୋଷଣର ଶିକାର ହେବାକୁ ପଡ଼ିଥିଲା।
ପୂଜା ଅନେକ ହିଟ୍ ଫିଲ୍ମରେ ନାୟିକା ଭାବେ ନଜର ଆସିଛନ୍ତି। ତାଙ୍କୁ ଶେଷ ଥର ପାଇଁ ଦର୍ଶକ ୨୦୦୯ରେ ରିଲିଜ୍ ହୋଇଥିବା ଫିଲ୍ମ ‘ସନମ୍ ତେରି କସମ୍’ରେ ଦେଖିବାକୁ ପାଇଥିଲେ। ଏଥିରେ ପୂଜାଙ୍କ ବିପକ୍ଷରେ ସୈଫ ଅଲ୍ଲୀ ଖାନ୍ ନଜର ଆସିଥିଲେ।
/sambad/media/post_attachments/1d4037c6521ba64aae62da1bcd100546fb64357108664bc3a681e7eb37a6174b.jpg) image source-the week
 image source-the weekଏବେ ପୂଜା ଭଟ୍ଟ ‘ସଡକ୍-୨’ରେ ଅଭିନୟ କରୁଛନ୍ତି। ଏଥିରେ ସଂଜୟ ଦତ୍ତ, ଆଲିଆ ଭଟ୍ଟ ଓ ଆଦିତ୍ୟ ରୟ କପୁର ପ୍ରମୁଖଙ୍କୁ ବି ଦେଖିବାକୁ ମିଳିବ। ଏହାର ନର୍ଦେଶନା ଦେଉଛନ୍ତି ପୂଜା ଓ ଆଲିଆଙ୍କ ପିତା ମହେଶ ଭଟ୍ଟ।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2020/02/pooja-bhatt.jpg-news18.png)