Advertisment

ଅଧାରେ ଅଟକିଛି ଏହି ଚୁଲୁବୁଲି ନାୟିକାଙ୍କ ଓଡ଼ିଆ ସିନେମା

Advertisment
ଅଧାରେ ଅଟକିଛି ଏହି ଚୁଲୁବୁଲି ନାୟିକାଙ୍କ ଓଡ଼ିଆ ସିନେମା

Poonam Mishra

ଭୁବନେଶ୍ୱର: ଓଲିଉଡର ଚୁଲବୁଲି ନାୟିକା ପୁନମ୍‌ ମିଶ୍ର ୨୦୧୧ରେ ରିଲିଜ୍‌ ହୋଇଥିବା ନିର୍ଦେଶକ ସଞ୍ଜୟ ନାୟକଙ୍କ ଓଡ଼ିଆ ସିନେମା ‘ବାଇଶି ପାହାଚେ ଖେଳିବ ମୀନ’ରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏହାପରେ ତାଙ୍କୁ ୨୦୧୨ରେ ମୁକ୍ତିଲାଭ କରିଥିବା ହିମାଂଶୁ ପରିଜା ନିର୍ଦେଶିତ ‘ଲଭମାଷ୍ଟର’ ଓ ମନୋରଞ୍ଜନ ପାଲ ପ୍ରଯୋଜିତ ‘ରକଷ୍ଟାର୍‌’(୨୦୧୫)ରେ ଦେଖିବାକୁ ମିଳିଛି।

publive-image
ବିଗତ ୫ବର୍ଷରେ ମାତ୍ର ୩ଟି ଛବିରେ ନାୟିକା ଭୂମିକା କରିବା ନିଶ୍ଚିତରୂପେ ବିସ୍ମୟକର କଥା। ଏହି ସୁନ୍ଦରୀ ନାୟିକାଙ୍କୁ କିନ୍ତୁ ନିୟମିତ ଭାବେ ଫିଲ୍ମର ଅଫର୍‌ ମିଳେ, ହେଲେ ସେ ସହଜରେ ତାହା ସ୍ୱୀକାର କରନ୍ତି ନାହିଁ। ଏକାଧିକବାର ଏମିତି  ବି ଘଟିଛି ଯେ ସେ ଫିଲ୍ମ ସାଇନ୍‌ କରନ୍ତି ହେଲେ ପରବର୍ତୀ ସମୟରେ ସେଥିରୁ ଓହରି ଯାଆନ୍ତି। ଏଇ ନିକଟରେ ସେ ‘ଆଖି ଖୋଲିଲେ ତୁ ହି ତୁ’ଛାଡ଼ିଥିଲେ। ଏ ସଂପର୍କରେ ପୁନମ୍‌ କହନ୍ତି ‘ମୁଁ ଖୁବ୍‌ ଭାବିଚିନ୍ତିକି ଫିଲ୍ମ କରେ। ଚୁକ୍ତିରେ ଖିଲାପ ହେଲେ ମୁଁ ସେଥିରୁ ଓହରି ଆସେ, କାରଣ ମୁଁ ଶୃଙ୍ଖଳିତ’।ଏଠାରେ ସୂଚନାଯୋଗ୍ୟକି ପୁନମ୍‌ ଅନ୍ୟ ଏକ ସିନେମା ‘ଫେସବୁକ୍‌’ ଅଧାରେ ଅଟକି ରହିଛି।ଏଥିରେ ବୁଲୁଙ୍କ ଅପୋଜିଟରେ ପୁଣି ଥରେ ନଜର ଆସିବେ ପୁନମ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe