ଟକିଲା ପିଇ ପୂନମ୍‌ ଚୁର୍‌, ଜାଣନ୍ତୁ କ’ଣ ହେଲା ତା’ପରେ

Advertisment
ଟକିଲା ପିଇ ପୂନମ୍‌ ଚୁର୍‌, ଜାଣନ୍ତୁ କ’ଣ ହେଲା ତା’ପରେ

News Nation

ମୁଖ୍ୟତଃ ଅଙ୍ଗ-ପ୍ରଦର୍ଶନ ଓ ଅଯଥା ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା ଫ୍ଲପ୍‌ ଅଭିନେତ୍ରୀ ପୂନମ ପାଣ୍ଡେ ନୂଆ ବର୍ଷରେ ପୁଣି ଥରେ ଖବରରେ। ନିକଟରେ ଅନୁଷ୍ଠିତ ଏକ ଆସରରେ ସେ ‘ଟକିଲା’ ପିଇ, ସଂପୂର୍ଣ୍ଣ ଚୁର୍‌ ହୋଇ, ଫୁଲ୍‌ ବୋବାଲ୍‌ କରିଥିଲେ। ଆସରରେ ପହଞ୍ଚୁପହଞ୍ଚୁ କେହି ଜଣେ ଅନ୍ତରଙ୍ଗ ଶ୍ରେଣୀୟ ବନ୍ଧୁ, ପୂନମଙ୍କୁ ବଢ଼ାଇଦେଇଥିଲେ ଟକିଲା ସଟ୍‌। ଆଉ ସେ ଏକା ଥରକେ ଉଦରସ୍ଥ କରି, ଗୋଟିକ ପରେ ଗୋଟିଏ ସଟ୍‌ ମାରିଚାଲିଥିଲେ। ଫଳ ହୋଇଥିଲା ବିଷମ। ତାଙ୍କୁ ପ୍ରବଳ ନିଶା ଘାରିଥିଲା। ତେବେ, ଝୁଣ୍ଟି ନ ଥିଲେ। ବେଶ୍‌ ମଉଜ କରିଥିଲେ। ଅନ୍ୟମାନଙ୍କର ମନୋରଂଜନ କରିବାକୁ ମଧ୍ୟ ଭୁଲି ନ ଥିଲେ। ବେଶ୍‌ କିଛି କାଳ ହେଲା, ସେ ରୁପେଲି ପରଦାରେ ବାହାରିନାହାନ୍ତି। ମାର୍ଚ୍ଚରେ ଦର୍ଶକେ, ତାଙ୍କୁ ଦେଖିବାର ସୁଯୋଗ ପାଇବେ, ଗୋବିନ୍ଦାଙ୍କ ଆଗାମୀ ଫିଲ୍ମ ‘ଆ ଗୟା ହିରୋ’ରେ। ଏଥିରେ ପୂନମଙ୍କ ଭୂମିକା ଏକ ଆଇଟମ୍‌ ନମ୍ବର୍‌ ମଧ୍ୟରେ ସୀମିତ। ତେବେ ବିଭିନ୍ନ ସମୟରେ ଇନଷ୍ଟାଗ୍ରାମରେ ନିଜର ଉତ୍ତେଜକ ଫଟୋ ପୋଷ୍ଟ କରି ଚର୍ଚ୍ଚାରେ ରହିବାକୁ ଉଦ୍ୟମ କରିଥାଆନ୍ତି ପୂନମ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe