ଅଶ୍ଲୀଳ ଭିଡିଓ ସୁଟିଂ ମାମଲାରେ ପୁନମ୍‌ ପାଣ୍ଡେ ଅଟକ

ଅଶ୍ଲୀଳ ଭିଡିଓ ସୁଟିଂ ମାମଲାରେ ପୁନମ୍‌ ପାଣ୍ଡେ ଅଟକ

SheThePeople.TV

ସରକାରୀ ସମ୍ପତ୍ତି ମଧ୍ୟରେ ଅନଧିକାର ପ୍ରବେଶ ତଥା ଅଶ୍ଲୀଳ ଭିଡିଓ ସୁଟିଂ ଅଭିଯୋଗରେ ଅଭିନେତ୍ରୀ ପୁନମ ପାଣ୍ଡେଙ୍କୁ ଆଜି ଗୋଆ ପୁଲିସ ଅଟକ ରଖିଛି। ଦକ୍ଷିଣ ଗୋଆର କାନାକୋନା ସହରର ସ୍ଥାନୀୟ ଅଧିବାସୀଙ୍କ ଅଭିଯୋଗକ୍ରମେ ତଥା ସରକାରୀ ସମ୍ପତ୍ତିରେ ଏଭଳି ଅଶ୍ଲୀଳ ଭିଡିଓ ସୁଟିଂର ଅନୁମତି ଦେଇଥିବାରୁ ଦୁଇ ପୁଲିସ୍‌ ଅଧିକାରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି। ଦକ୍ଷିଣ ଗୋଆର ଏସ୍‌ପି ପଙ୍କଜ କୁମାର ସିଂହ କହିଛନ୍ତି ଯେ ପୁନମଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଛି।

ସୂଚନାଯୋଗ୍ୟ ଯେ ପୁନମ କାନାକୋନା ସହରର ଚାପୋଲି ଡ୍ୟାମ୍‌ରେ ଏକ ଅଶ୍ଲୀଳ ଭିଡିଓ ସୁଟିଂ କରିଥିଲେ। ଏହାକୁ ନେଇ ବୁଧବାର ଗୋଆ ଜଳସମ୍ପଦ ବିଭାଗ ପକ୍ଷରୁ ଅଭିଯୋଗ କରାଯାଇଥିଲା। ଏଥିସହ ଆଜି ସକାଳୁ କାନାକୋନା ସହରର ସ୍ଥାନୀୟ ବାସିନ୍ଦାମାନେ ରାସ୍ତାକୁ ଓହ୍ଲାଇଥିଲେ ଓ ଏଭଳି ଅଶ୍ଲୀଳ ଭିଡିଓ କରୁଥିବା ଅଭିନେତ୍ରୀ ଓ ତାଙ୍କ କ୍ର୍ୟୁ-ମେମ୍ବରଙ୍କୁ ସୁରକ୍ଷା ଦେଇଥିବା ପୁଲିସଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହାପରେ ଆଜି ପୁଲିସ୍‌ ଇନ୍‌ସ୍ପେକ୍ଟର ତୁକାରାମ ଚଭନ୍ ଓ ଜଣେ କନେଷ୍ଟବଲ୍‌ଙ୍କୁ ନିଲମ୍ବିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe