ଅଡ଼ୁଆରେ ଶିଳ୍ପାଙ୍କ ସ୍ବାମୀ

ଅଡ଼ୁଆରେ ଶିଳ୍ପାଙ୍କ ସ୍ବାମୀ

Koimoi

ବିବାଦୀୟ ଅଭିନେତ୍ରୀ ପୁନମ ପାଣ୍ଡେ ଏବେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ କାଠଗଡ଼ାରେ ଠିଆ କରିଛନ୍ତି। ରାଜ ଓ ତାଙ୍କ ସହଯୋଗୀ ସୌରଭ କୁଶୱାଙ୍କ କମ୍ପାନି ପୁନମଙ୍କ ଫଟୋ ଓ ଭିଡିଓକୁ ନିଜ କାମରେ ବେଆଇନ ଭାବେ ବ୍ୟବହାର କରିଛନ୍ତି ବୋଲି ସେ ଅଭିଯୋଗ ଆ‌ଣିଛନ୍ତି। ଏଥିପାଇଁ ପୁନମ୍, ରାଜ ଏବଂ ସୌରଭଙ୍କ ବିରୋଧରେ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ପୁନମ୍‌ କହିଛନ୍ତି, ରାଜ ଓ ତାଙ୍କ କମ୍ପାନି ପୁନମଙ୍କ ଫଟୋ ଓ ଭିଡିଓ ବ୍ୟବହାର କରି ଟଙ୍କା ରୋଜଗାର କରୁଛନ୍ତି। ଇଣ୍ଟରନେଟରେ ତାଙ୍କ ଫଟୋ ଓ ଭିଡିଓକୁ ଦେଖି ଲୋକେ ପୁନମ୍‌ଙ୍କୁ ଅଶ୍ଳୀଳ କଥା ମଧ୍ୟ କହୁଛନ୍ତି। ପୁନମଙ୍କ କହିବା କଥା ହେଉଛି, ରାଜ ଓ ସୌରଭଙ୍କ କମ୍ପାନି ଆର୍ମ୍ସପ୍ରାଇମ ମିଡିଆ ସହ ସେ ଏକ ଚୁକ୍ତି କରିଥିଲେ। ଏହି ଚୁକ୍ତି ବହୁତ କମ୍ ସମୟ ପାଇଁ ଥିଲା। ରାଜଙ୍କ କମ୍ପାନି ପୁନମଙ୍କ ଆପ୍ଲିକେସନ କାମ ଦେଖୁଥିଲେ। ଏହି ଚୁକ୍ତିରେ କିଛି ଠକେଇର ସନ୍ଦେହ କରି ପୁନମ କମ୍ପାନି ସହ ଉକ୍ତ ଚୁକ୍ତି ଭଙ୍ଗ କରିଥିଲେ। କିନ୍ତୁ ଚୁକ୍ତି ଶେଷ ହେବାକୁ ପ୍ରାୟ ୮ ମାସ ବିତିଯାଇଥି‌ଲେ ବି ରାଜଙ୍କ କମ୍ପାନି ପୁନମଙ୍କ ଭିଡିଓ ଓ ଫଟୋକୁ କ୍ରମାଗତ ବ୍ୟବହାର କରୁଛି। ଅପରପକ୍ଷେ ରାଜ ଓ ସୌରଭ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe