ପ୍ରେମରେ ପଡ଼ିଲେ ପୁନମ୍‌, ଜାଣନ୍ତୁ କିଏ ସେ ଭାଗ୍ୟବାନ

ପ୍ରେମରେ ପଡ଼ିଲେ ପୁନମ୍‌, ଜାଣନ୍ତୁ କିଏ ସେ ଭାଗ୍ୟବାନ

ନୂଆଦିଲ୍ଳୀ: ମଡେଲ୍‌ ଟର୍ଣ୍ଣଡ୍‌ ଅଭିନେତ୍ରୀ ପୁନମ ପାଣ୍ଡେ ଅନେକ ସମୟରେ ନିଜର ବୋଲ୍‌ଡ ଅନ୍ଦାଜ ହେତୁ ଚର୍ଚ୍ଚାରେ ରହିଥାନ୍ତି। ପୁନମ ତାଙ୍କର ହଟ୍‌ ଫଟୋ ଏବଂ ଭିଡିଓ ହେତୁ ସୋସିଆଲ୍‌ ମିଡିଆରେ ଅଧିକାଂଶ ସମୟରେ ଛାଇ ହୋଇ ଯାଆନ୍ତି। ଏଥର ବି ଚର୍ଚ୍ଚାରେ ପୁନମ୍‌। ମାତ୍ର ଏଥର ଚର୍ଚ୍ଚା କାରଣ ତାଙ୍କ ହଟ୍‌ ଫଟୋ ବି ଭିଡିଓ ନୁହେଁ, ବରଂ ତାଙ୍କ ପ୍ରେମିକ। ସେ ଇନ୍‌ଷ୍ଟାଗ୍ରାମର୍‌ ସହାୟତା ନେଇ ନିଜ ପ୍ରେମିକଙ୍କୁ ଲୋକଲୋଚନକୁ ଆଣିଛନ୍ତି। ଏତେ ଦିନ ପରେ ଜାଣିବାକୁ ମିଳିଛି ସେ ସୁନ୍ଦରୀ ପୁନମ ଏବେ ପ୍ରେମରେ।

My best birthday present ever.. I love you my boyfriend ❤ @sambombay

A post shared by Poonam Pandey (@ipoonampandey) on

ପୁନମ୍‌ ନିଜ ସହ ତାଙ୍କ ପ୍ରେମିକଙ୍କ ଫଟୋ ଦେଇ କ୍ୟାପ୍‌ସନ୍‌ ଲେଖିଛନ୍ତି, ‘ମୋ ସବୁଦିନିଆ ଜନ୍ମଦିନ ଉପହାର। ତୁମକୁ ମୁଁ ଭଲପାଏ ପ୍ରେମିକ।’

ଅଭିନେତ୍ରୀ ପୁନମ ମାର୍ଚ୍ଚ ୧୧ ତାରିଖରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ପୁନମ୍‌ ତାଙ୍କ ଜନ୍ମଦିନ ଉତ୍ସବ ବେଳର ଏକ ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର୍‌ କରିଛନ୍ତି। ତାଙ୍କ ସହ ଥିବା ତାଙ୍କ ପ୍ରେମିକ ଜଣକ ହେଉଛନ୍ତି ସାମ୍‌ ବମ୍ବେ। ସେ ଜଣେ ନିର୍ଦ୍ଦେଶକ ତଥା ପ୍ରଯୋଜକ। ପ୍ରଥମ ଥର ପାଇଁ ପୁନମ୍‌ ସୋସିଆଲ୍‌ ମିଡିଆରେ ସାମ୍‌ଙ୍କୁ ନିଜ ପ୍ରେମିକ ଭାବେ ଚିହ୍ନଟ କରାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe