ଭାରତ ଜିତିଲେ ନଗ୍ନ ହେବି ବୋଲି କହିଥିଲେ ପୁନମ, ଦେଶକୁ ବିଶ୍ବକପ୍‌ ମିଳିବା ପରେ ଏପରି ଥିଲା ଅବସ୍ଥା...

ଭାରତ ଜିତିଲେ ନଗ୍ନ ହେବି ବୋଲି କହିଥିଲେ ପୁନମ, ଦେଶକୁ ବିଶ୍ବକପ୍‌ ମିଳିବା ପରେ ଏପରି ଥିଲା ଅବସ୍ଥା...

www.google.com

ମୁମ୍ବାଇ: ନିଜର ବୋଲ୍‌ଡ ଅନ୍ଦାଜ ପାଇଁ ସବୁବ‌େଳେ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ପୁନମ ପାଣ୍ଡେ। ଆପଣଙ୍କର ମନେ ଥିବ ଯେ କିଛି ବର୍ଷ ତଳେ ଅଭିନେତ୍ରୀ ଥରେ ସର୍ବସାଧାରଣରେ ନଗ୍ନ ହେବା କଥା କହିଥିଲେ। ତାଙ୍କର ଏପରି ସବୁ ମନ୍ତବ୍ୟ ପାଇଁ ତାଙ୍କୁ ଲୋକେ ବିବାଦୀୟ ଅଭିନେତ୍ରୀ ଭାବେ ଜାଣନ୍ତି। ତାଙ୍କ କାମ ଅପେକ୍ଷା ଅଧିକ ତାଙ୍କ କଥାକୁ ନେଇ ଚର୍ଚ୍ଚା ହୋଇଥାଏ।

ଆମେ କହୁଛୁ ୨୦୧୧ ମସିହାର କଥା। ସେ ସମୟରେ ପୁନମ ପାଣ୍ଡେ କହିଥିଲେ ଯେ ଯଦି ଭାରତୀୟ ଟିମ୍‌ କ୍ରିକେଟ୍‌ରେ ବିଶ୍ବ କପ୍‌ ଜିତନ୍ତି ତ ସେ ସର୍ବ ସମ୍ମୁଖରେ ନଗ୍ନ ହୋଇ ନୃତ୍ୟ ପ୍ରଦର୍ଶନ କରିବେ। ତାଙ୍କର ଏହି ବୟାନ ପରେ ବିବାଦ ସୃଷ୍ଟି ହୋଇ ଯାଇଥିଲା। ସବୁଆଡ଼େ ପୁନମଙ୍କ ଏହି ବୟାନ ଚର୍ଚ୍ଚା ହେବାକୁ ଲାଗିଲା।

ଏହି କଥାକୁ ନେଇ ପରବର୍ତ୍ତୀ ସମୟରେ ପୁନମଙ୍କୁ ଅନେକ ପ୍ରଶ୍ନର ସାମ୍ନା କରିବାକୁ ପଡ଼ିଥିଲା। ତାଙ୍କୁ ଯେତେବେଳେ ଏକ ସାକ୍ଷାତ୍‌କାରେ ଏ ସଂପର୍କରେ ପଚରାଗଲା ତ ପୁନମ କହିଥିଲେ କି ସେ ସମୟରେ ତାଙ୍କୁ ମାତ୍ର ୧୮ ବର୍ଷ ବୟସ ହୋଇଥିଲା। ସେ ଖେଳ ବିଷୟରେ କିଛି ବି ଜାଣିନଥିଲେ। ମାତ୍ର କିଛି ଏପରି ବୟାନ ଦେବାକୁ ଚାହୁଁଥିଲେ, ଯାହାଫଳରେ ପୂରା ଦେଶ ଦୋହଲିବ। ସେଥିପାଇଁ ସେ ଏପରି ଏକ କଥା କହିିଥିଲେ।

ପୁନମଙ୍କ କହିବାନୁସାରେ ଭାରତ ଯେତେବେଳେ ସତକୁ ସତ ବିଶ୍ବ କପ୍‌ ଜିତିଗଲା ତ ସେ ଖୁବ୍ ଡରି ଯାଇଥିଲେ। ତାଙ୍କ ପରିବାରରେ ହଙ୍ଗାମା ହୋଇଥିଲା। ତାଙ୍କ ମାଆ ତାଙ୍କୁ ମାରୁଥିଲେ, ବାପା ଚିଲାଉଥିଲେ। ପୁନମ ବି ସତରେ ସର୍ବସାଧାରଣରେ ନଗ୍ନ ହେବା କଥା ଭାବି ବେଶ୍‌ ଭୟଭୀତ ହୋଇ ଯାଇଥିଲେ। ହେଲେ ତାଙ୍କୁ ସେପରି କିଛି ବି କରିବାକୁ ପଡ଼ିନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe