ମିଥ୍ୟା ମୃତ୍ୟୁ ଖବର ପ୍ରଚାର ପାଇଁ ପୁନମଙ୍କ ଏଜେନ୍ସି କ୍ଷମା ମାଗି କହିଲେ ଏଭଳି କଥା...

Advertisment
ମିଥ୍ୟା ମୃତ୍ୟୁ ଖବର ପ୍ରଚାର ପାଇଁ ପୁନମଙ୍କ ଏଜେନ୍ସି କ୍ଷମା ମାଗି କହିଲେ ଏଭଳି କଥା...

ନୂଆଦିଲ୍ଲୀ: ଗତଶୁକ୍ରବାର ଅଭିନେତ୍ରୀ ତଥା ମଡେଲ ପୁନମ ପାଣ୍ଡେ ନିଜର ମିଥ୍ୟା ମୃତ୍ୟୁ ଖବର ପ୍ରଚାର କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ। ଗତଶନିବାର ଅଭିନେତ୍ରୀ ଏକ ଭିଡିଓ ସେୟାର କରି ବଞ୍ଚିଥିବା କଥାକୁ ସ୍ପଷ୍ଟ କରି ସେ ଗର୍ଭାଶୟ କର୍କଟର ସଚେତନା ପାଇଁ ନିଜର ମିଥ୍ୟା ମୃତ୍ୟୁ ଖବର ପ୍ରଚାର କରିଥିବା କଥା କହିଥିଲେ।

ଏହି ଘଟଣାକୁ ନେଇ ବିଭିନ୍ନ ମହଲ‌ରେ ତୀବ୍ର ସମାଲୋଚନା କରାଯିବା ସହିତ କଳାକାର ଜଗତରେ ପୁନମଙ୍କ ଏଭଳି କାମକୁ ନେଇ ଅସନ୍ତୋଷ ଦେଖା ଦେଇଛି। ଏଥିସହିତ ଏନେଇ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ସଙ୍ଗଠନ ଦାବି କରିଛନ୍ତି।

ଏହି କ୍ରମରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଅଭିନେତ୍ରୀଙ୍କ ଏଜେନ୍ସି କ୍ଷମା ପ୍ରାର୍ଥନା କରିଛନ୍ତି। ଏଜେନ୍ସି ଇନଷ୍ଟାଗ୍ରାମ ପୋଷ୍ଟରେ କ୍ଷମା ମାଗି ଲେଖିଛି, ‘ହଁ ଆମେ ଗର୍ଭାଶୟ କର୍କଟର ସଚେତନତା ପାଇଁ ପୁନମ ପା‌ଣ୍ଡେଙ୍କୁ ସାମିଲ କରିଥିଲୁ। କାହାକୁ କଷ୍ଟ ଦେବା ଆମର ଉଦ୍ଦେଶ୍ୟ ନଥିଲା। ତେବେ ମୁଁ ‌ସେହିମାନଙ୍କୁ କ୍ଷମା ମାଗିବାକୁ ଚାହୁଁଛି ଯେଉଁମାନଙ୍କ ସମ୍ପର୍କୀୟ ଏହି ଗର୍ଭାଶୟ କର୍କଟରେ ପୀଡିତ ଅଛନ୍ତି ବା ନିଜେ ଯେଉଁ ବ୍ୟକ୍ତି ଏହାଦ୍ବାରା ପୀଡ଼ିତ।

୨୦୨୨ରେ ଭାରତରେ ୧୨୩,୯୦୭ଟି ଗର୍ଭାଶୟ କର୍କଟ ମାମଲା ସାମ୍ନାକୁ ଆସିଥିବା ବେଳେ ଏଥିରେ ଆକ୍ରାନ୍ତ ହୋଇ ୭୭,୩୪୮ଜଣଙ୍କ ମୃତ୍ୟୁ ହୋଇଥିଲା। ସ୍ତନ କର୍କଟ ପରେ ଗର୍ଭାଶୟ କର୍କଟରେ ଭାରତରେ ମଧ୍ୟମ ବୟସର ମହିଳା ଅଧିକ ଆକ୍ରାନ୍ତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe