ଫଟୋ ଉଠାଇବାକୁ ଅନୁରୋଧ କରି ପୁନମଙ୍କୁ ଚୁମ୍ବନ ଦେବାକୁ ଉଦ୍ୟମ କଲେ ଯୁବକ

ଜଣାଶୁଣା ମଡେଲ ପୁନମ ପାଣ୍ଡେଙ୍କର ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଜଣେ ବ୍ୟକ୍ତି ରାସ୍ତା ମଝିରେ ତାଙ୍କ ସହ ସେଲଫି ନେବାକୁ ଅନୁରୋଧ କରି ତାଙ୍କ ସହ ଅସଦାଚରଣ କରିବାକୁ ଚେଷ୍ଟା କରୁଥିବା ଦେଖାଯାଉଛି।

tpoonampa

ମୁମ୍ବାଇ: କେତେବେଳେ ପବ୍ଲିସିଟି ଷ୍ଟଣ୍ଟ ପାଇଁ ତ କେତେବେଳେ କୌଣସି ବିବାଦ ପାଇଁ ସବୁବେଳେ କିଛି ନା କିଛି କାରଣ ପାଇଁ ଖବରର ଶିରୋନାମାରେ ରହୁଥିବା ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓକୁ ନେଇ ସେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ଚର୍ଚ୍ଚାରେ ରହିବାର କାରଣ ସେ ନୁହଁନ୍ତି, ବରଂ ଜଣେ ବ୍ୟକ୍ତି ଯିଏ ରାସ୍ତା ମଝିରେ ତାଙ୍କ ସହିତ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ, ସେ ଲାଲ ରଙ୍ଗର ପୋଷାକ ପିନ୍ଧିଥିବା ସହ ଏକ  ଡେନିମ୍ ଜ୍ୟାକେଟ୍ ନିଜ କାନ୍ଧରେ ପକାଇଛନ୍ତି। କ୍ୟାମେରାକୁ ଦେଖି ପୋଜ୍ ଦେବା ସହ ସେ ହସି ହସି ସେମାନଙ୍କ ସହ କଥା ହେଉଛନ୍ତି। ଏହି ସମୟରେ, ଜଣେ ବ୍ୟକ୍ତି ତାଙ୍କ ପାଖକୁ ଆସି ତାଙ୍କ ପାଖରେ ଠିଆ ହେଉଛନ୍ତି ଏବଂ ପୁନମଙ୍କୁ ସେଲଫି ନେବାକୁ ଚାହୁଁଥିବା କହୁଛନ୍ତି। ପୁନମ ହଁ କରିବା ପରେ ସେ ସେଲଫି ନେବା ପାଇଁ କ୍ୟାମେରା ଅନ୍ କରି ଅଭିନେତ୍ରୀଙ୍କୁ ଚୁମ୍ବନ ଦେବାକୁ ତାଙ୍କ ଗାଲର ଅତି ପାଖକୁ ଚାଲି ଆସୁଛନ୍ତି। ଏହି ସମୟରେ ପୁନମ ତାଙ୍କୁ ଠେଲି ଦେଇ ଆଗକୁ ଚାଲି ଆସୁଛନ୍ତି। 

ତେବେ ଏହି ଭିଡିଓ ଭାଇରାଲ ହେବା ପରେ ଭିଡିଓଟି ଜାଣିଶୁଣି ଚର୍ଚ୍ଚାରେ ରହିବା ପାଇଁ କରାଯାଇଥିବା କହିଛନ୍ତି ଲୋକେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe